ଲକ୍ଷ୍ମୌର ଜିଲ୍ଲା ଅଦାଲତରେ ବିସ୍ଫୋରଣ, ବାଥରୁମ ଫ୍ଲସରେ ଥିଲା ବିସ୍ଫୋରକ

Advertisment
ଲକ୍ଷ୍ମୌର ଜିଲ୍ଲା ଅଦାଲତରେ ବିସ୍ଫୋରଣ, ବାଥରୁମ ଫ୍ଲସରେ ଥିଲା ବିସ୍ଫୋରକ

oneindia.

ଲକ୍ଷ୍ମୌ: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ମୌର ଏକ ଅଦାଲତରେ ବୁଧବାର ବିସ୍ଫୋରଣ ଘଟିଛି। ଅଦାଲତର ପ୍ରଥମ ମହଲାରେ ଥିବା ବାଥରୁମ୍‌ରେ ଏହି ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଏହି ବିସ୍ଫୋରଣ କିପରି ହେଲା ତାହାର ସୂଚନା ମିଳି ପାରି ନଥିଲା।

ଅଦାଲତରେ ଉପସ୍ଥିତ ଥିବା ଲୋକଙ୍କ କହିବାନୁସାରେ, ବାଥରୁମ୍‌ ଫ୍ଲସରେ ବିସ୍ଫୋରକ ଥିଲା। କେହିଜଣେ ସେହି ଫ୍ଲସକୁ ମାରିଦେବା ଫଳରେ ଏହି ବିସ୍ଫୋରଣ ଘଟିଥିଲା। ଏହି ଖବର ପ୍ରଘଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖା ଦେଇଛି। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe