ଆଫଗାନିସ୍ତାନ: କୁନ୍ଦୁଜ୍‌ ମସଜିଦରେ ବିସ୍ଫୋରଣ; ୫୦ ମୃତ, ଶତାଧିକ ଆହତ

କାବୁଲ: ଆଫଗାନିସ୍ତାନ କୁନ୍ଦୁଜ୍‌ର ଏକ ମସଜିଦରେ ଆଜି (ଶୁକ୍ରବାର) ଅପରାହ୍ଣରେ ସାମୂହିକ ନମାଜ ପାଠ ଚାଲିଥିବା ବେଳେ ଘଟିଛି ଭୟଙ୍କର ବିସ୍ଫୋରଣ। ଏହି ବିସ୍ଫୋରଣରେ ଅତିକମରେ ୫୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। କୁନ୍ଦୁଜର ଉତ୍ତରରେ ଥିବା ଏକ ମସଜିଦ ଉପରେ ଏହି ବଡ଼ ଧରଣର ବିସ୍ଫୋରଣ ଘଟିଛି।

ହସ୍ପିଟାଲର ସୂତ୍ର ଅନୁଯାୟୀ ଆଫଗାନିସ୍ତାନର କୁନ୍ଦୁୁଜ ସହରରେ ଥିବା ଏହି ମସଜିଦରେ ଶୁକ୍ରବାର ପ୍ରାର୍ଥନା ସମୟରେ ଏହି ବିସ୍ଫୋରଣ ଏକ ଶିଆ ମସଜିଦରେ ଘଟିଥିଲା। ସେଣ୍ଟ୍ରାଲ୍‌ ହସ୍ପିଟାଲର ଜଣେ ଡାକ୍ତର, ନିଜର ନାମ ଗୋପନ ରଖି କହିଛନ୍ତ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ୪୫ଟି ମୃତଦେହ ପାଇଛୁ ଏବଂ ଆମ ଡାକ୍ତରଖାନାରେ ୮୦ ରୁ ଅଧିକ ଆହତ ଲୋକ ଚିିକିତ୍ସିତ ହେଉଛନ୍ତି। ଅନ୍ୟ ଏକ ହସ୍ପିଟାଲରେ ଅତି କମରେ ୧୫ ଜଣଙ୍କ ମୃତଦେହ ମିଳିଥିବା ଅର୍ନ୍ୟ ଏକ ସୂତ୍ରରୁ ପ୍ରକାଶ। ଏହି ବିସ୍ଫୋରଣ ଘଟଣାରେ ଜଣେ ବିଦେଶୀ ନାଗରିକଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର