ପେଶାଓ୍ବର : ପାକିସ୍ତାନରେ ଆତଙ୍କବାଦୀ କାଣ୍ଡ ବଢିଚାଲିଛି । ବିଶେଷକରି ଶୁକ୍ରବାର ନମାଜ ବେଳେ ମସଜିଦରେ ବିସ୍ଫୋରଣ ଘଟଣା ବାରମ୍ବାର ଘଟିଚାଲିଛି । ଆଜି ପେଶାଓ୍ବାରର କିସା ଖ୍ବାନି ଜାମିଆ ମସଜିଦରେ ଏକ ଶକ୍ତିଶାଳୀ ବିସ୍ଫୋରଣ ହୋଇଛି। ପ୍ରାରମ୍ଭିକ ସୂଚନା ଅନୁସାରେ ଏହି ବିସ୍ଫୋରଣରେ ୫ ଜଣ ଲୋକ ମୃତ୍ୟୁବରଣ କରିଥିବାବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

Advertisment

ମସଜିଦରେ  ଶୁକ୍ରବାର ନମାଜ ପାଇଁ ଭିଡ ଥିଲା ବେଳ ବିସ୍ଫୋରଣ ଘଟିଥିଲା । ଏଣୁ କ୍ଷୟକ୍ଷତି ଆହୁରି ବଢିବାର ଆଶଙ୍କା ରହିଛି । ଏହା ଆତ୍ମଘାତୀ ବିସ୍ଫୋରଣ କି ପୂର୍ବରୁ ମସଜିଦରେ ବିସ୍ଫୋରକ ରଖାଯାଇଥିଲା ତାହା ସ୍ପଷ୍ଟ ହୋଇନାହିଁ ।

ଆହତଙ୍କ ମଧ୍ୟରୁ କେତେ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଆଗକୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି । ମସଜିଦରେ  ଶୁକ୍ରବାର ନମାଜ ପାଇଁ ଭିଡ ଥିଲା ବେଳ ବିସ୍ଫୋରଣ ଘଟିଥିଲା । ଏଣୁ କ୍ଷୟକ୍ଷତି ଆହୁରି ବଢିବାର ଆଶଙ୍କା ରହିଛି । ଏହା ଆତ୍ମଘାତୀ ବିସ୍ଫୋରଣ କି ପୂର୍ବରୁ ମସଜିଦରେ ବିସ୍ଫୋରକ ରଖାଯାଇଥିଲା ତାହା ସ୍ପଷ୍ଟ ହୋଇନାହିଁ । ଆହତ ମାନଙ୍କୁ ଉଦ୍ଧାର କରି ପେଶାଓ୍ବରର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । 

ଗତ ସପ୍ତାହରେ ପାକିସ୍ତାନର ଦକ୍ଷିଣ ୱାଜିରିସ୍ତାନରେ ଥିବା ଏକ ମସଜିଦରେ ଶୁକ୍ରବାର ଏକ ବଡ଼ ଧରଣର ବିସ୍ଫୋରଣ ଘଟିଥିଲା । ଏଥିରେ ୪ ଜଣ ଲୋକ ଆହତ ହୋଇଥିଲେ । ୨୦୨୨ରେ ପେଶାଓ୍ବାରର କିସା ଖ୍ବାନି ଅଂଚଳରେ ଥିବା ଏକ ମସଜିଦରେ ଏକ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିଲା । ସେଥିରେ ୩୦ ଜଣ ଲୋକ ମୃତ୍ୟୁବରଣ କରିଥିଲେ । ଏହି ବିସ୍ଫୋରଣ ମଧ୍ୟ ଶୁକ୍ରବାର ନମାଜ ସମୟରେ ହୋଇଥିଲା ।