ଇସଲାମାବାଦ: ପୁଣି ପାକିସ୍ତାନରେ ବିସ୍ଫୋରଣ । ଏକ କାରଖାନାରେ ଗ୍ୟାସ୍ ଲିକ୍ ହୋଇ ବଡ ଧରଣ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ବିସ୍ଫୋରଣରେ ପ୍ରାୟ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନା ମିଳିଛି । 

Advertisment

ସ୍ଥାନୀୟ ଆଞ୍ଚଳିକ ମିଡିଆର ଖବର ଅନୁସାରେ ପାକିସ୍ତାନର ଶିଳ୍ପ ହବ୍ ଭାବେ ପରିଚିତ ପଞ୍ଜାବର ଫୈସଲାବାଦରେ ଏକ ବଡ଼ ବିସ୍ଫୋରଣ ହୋଇଛି । ଯେଉଁଥିରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି । ପାକ୍ ମିଡିଆ ଡନ୍ ନ୍ୟୁଜ୍ ରିପୋର୍ଟ କରିଛି- ବିସ୍ଫୋରଣ ଏତେ ଭୟାନକ ଥିଲା ଯେ କୋଠା ଭୁଶୁଡ଼ି ପଡ଼ିଛି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଆହୁରି ପଢନ୍ତୁ- Fir Managers Human Sagar : ହ୍ୟୁମାନ୍‌ ସାଗରଙ୍କ ଦୁଇ ମ୍ୟାନେଜରଙ୍କ ନାଆଁରେ ଥାନାରେ ଏତଲା

ପୂର୍ବରୁ ହୋଇଥିଲା ବିସ୍ଫୋରଣ

ତେବେ ୧୦ ଦିନ ତଳେ ପାକିସ୍ତାନରେ ବି ଏକ ବିସ୍ଫୋରଣ ହୋଇଥିଲା । ନଭେମ୍ବର ୧୧ ତାରିଖରେ କାର୍ ବିସ୍ଫୋରଣ ହୋଇଥିଲା ପାକିସ୍ତାନର ଇସଲାମାବାଦରେ ହାଇକୋର୍ଟ ନିକଟରେ ଏକ ବିସ୍ଫୋରଣ ଘଟିଥିଲା । ଘଟଣାରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିଲା । ଏହା ସହିତ ୧୨ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଥିଲା । ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା ଯେ ଆକ୍ରମଣକାରୀ ଭିଡ଼ ସମୟରେ ମୁଖ୍ୟ ପ୍ରବେଶ ଦ୍ୱାର ନିକଟରେ ବିସ୍ଫୋରକ ଜ୍ୟାକେଟରେ ବିସ୍ଫୋରଣ କରିଥିଲା। ଏବେ ପୁଣି ଥରେ ବିସ୍ଫୋରଣ ହେବା ପରେ ପାକିସ୍ତାନରେ ଭୟର ବାତାବରଣ ଖେଳିଯାଇଛି । 

ଆହୁରି ପଢନ୍ତୁ-Powerful Earthquake in Pakistan: ଭୂକମ୍ପର ଡବଲ୍ ଝଟକାରେ ଦୋହଲିଗଲା ପାକିସ୍ତାନ… ଥରିଲା ସହର, ଛାନିଆରେ ଧାଇଁଲେ ଲୋକେ…