ପୁଲ୍‌ୱାମା ସ୍କୁଲ୍‌ରେ ବିସ୍ଫୋରଣ୨୮ ଛାତ୍ର ଆହତ

ଶ୍ରୀନଗର : ଦକ୍ଷିଣ କଶ୍ମୀରର ପୁଲ୍‌ୱାମା ଜିଲ୍ଲାରେ ଆଜି ଏକ ସ୍କୁଲ୍‌ରେ ବିସ୍ଫୋରଣ ଘଟି ୨୮ ଜଣ ଛାତ୍ର ଆହତ ‌ହୋଇଛନ୍ତି। ପୁଲ୍‌ୱାମାର କାକାର୍‌‌ପୁରା ଅଞ୍ଚଳ ସ୍ଥିତ ନର୍ବଲ୍‌ ଗ୍ରାମର ଏକ ଘରୋଇ ସ୍କୁଲ୍‌‌ ‘ଫଲାଇ-ଏ ମିଲତ୍‌’ ରେ ଏହି ବି‌ସ୍ଫୋରଣ ଘଟିଛି। ୧୦ମ ଶ୍ରେଣୀ ଛାତ୍ରମାନେ ବସିଥିବା କକ୍ଷରେ ଅପରାହ୍ନ ୨ଟାରେ ଏହି ବିସ୍ଫୋରଣ ଘଟିଛି। ଆହତ ଛାତ୍ରଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଜଣେ ୧୦ମ ଶ୍ରେଣୀ ଛାତ୍ର ତାଙ୍କ ସ୍କୁଲ୍‌ ‌ବ୍ୟାଗ୍‌ରେ ବିସ୍ଫୋରକ ନେଇ ଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର