କ୍ବେଟାରେ ବିସ୍ଫୋରଣ, ପାକ୍ ମେଜର ମୃତ

ପାକିସ୍ତାନର କ୍ବେଟା ସହରରେ ଏକ ଆଇଇଡି ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ପାକିସ୍ତାନୀ ସେନାର ଜଣେ ମେଜର ମୃତ୍ୟୁବରଣ କରିଛନ୍ତି । ଏହି ଆକ୍ରମଣ ପଛରେ ବଲୋଚ ଆର୍ମିର ହାତ ଥିବା ସଂଦେହ କରାଯାଉଛି ।

pak

କ୍ବେଟା : ପାକିସ୍ତାନର କ୍ବେଟା ସହରରେ ଏକ ଆଇଇଡି ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ପାକିସ୍ତାନୀ ସେନାର ଜଣେ ମେଜର ମୃତ୍ୟୁବରଣ କରିଛନ୍ତି । ଏହି ଆକ୍ରମଣ ପଛରେ ବଲୋଚ ଆର୍ମିର ହାତ ଥିବା ସଂଦେହ କରାଯାଉଛି ।


ସୂଚନା ଅନୁସାରେ କ୍ବେଟା ସହରରେ ଏକ ମାଗନେଟିକ୍ ବୋମା ମାଧ୍ୟମରେ ପାକିସ୍ତାନ ସେନା ମେଜର ଅନଓ୍ବର କକ୍କରଙ୍କ ଗାଡ଼ିକୁ ଟାର୍ଗେଟ କରାଯାଇଥିଲା । ଆଇଇଡି ବିସ୍ଫୋରଣ ଫଳରେ ଘଟଣାସ୍ଥଳରେ ହିଁ ମେଜର କକ୍କର ମୃତ୍ୟୁବରଣ କରିଥିଲେ । ଏହି ଆକ୍ରମଣ ପାଇଁ ଏପର୍ଯ୍ୟନ୍ତ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି । ତେବେ ଏହା ପଛରେ ବଲୋଚ ଆର୍ମିର ହାତ ଥିବା କୁହାଯାଉଛି । ପୁଲିସ ସୂତ୍ର ନିଶ୍ଚିତ କରିଛି ଯେ ବିସ୍ଫୋରଣଟି ଏକ ଗାଡ଼ି ନିକଟରେ ହୋଇଥିଲା। ବିସ୍ଫୋରଣଟି ଜବଲ-ଏ-ନୂର ନିକଟରେ ହୋଇଥିଲା। ଏହି ଘଟଣା ପରେ, ସମଗ୍ର ଅଞ୍ଚଳରେ ସୁରକ୍ଷା ଏଜେନ୍ସିଗୁଡ଼ିକୁ ସତର୍କ କରାଯାଇଛି ଏବଂ ଅଞ୍ଚଳକୁ ସିଲ୍ କରାଯାଇଛି। ଏହି ଘଟଣା ପରେ ତୁରନ୍ତ ଆଇନ ଶୃଙ୍ଖଳା ଏଜେନ୍ସିଗୁଡ଼ିକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରାଯାଇଛି। ଘଟଣାର ପ୍ରକୃତିକୁ ଦୃଷ୍ଟିରେ ରଖି, ଆତଙ୍କବାଦୀ ଦୃଷ୍ଟିକୋଣର ମଧ୍ୟ ତଦନ୍ତ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe