ପୋଖରାନ : ରାଜସ୍ଥାନର ପୋଖରାନ ଟେଷ୍ଟ ରେଞ୍ଜରେ ଗତ କାଲି ଭାରତୀୟ ସେନାର ଏକ ଟି୯୦ ଯୁଦ୍ଧ ଟ୍ୟାଙ୍କରେ ଭୟଙ୍କର ଶବ୍ଦ ସହ ବିସ୍ଫୋରଣ ହୋଇ ନଷ୍ଟ ହୋଇଯାଇଛି । ତେବେ ଏଥିରେ କୌଣସି ମୃତାହତ ହୋଇନଥିବା ଖବର ମିଳିଛି ।
ସେନା ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତକାଲି ରାଜସ୍ଥାନର ଜୟସେଲମେର ଜିଲ୍ଲାସ୍ଥିତ ପୋଖରାନ ଟେଷ୍ଟ ରେଞ୍ଜରେ ଏକ ସାମରିକ ଅଭ୍ୟାସ ଚାଲିଥିବାବେଳେ ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ ଟି୯୦ର ତେଲ ଟାଙ୍କିରେ ହଠାତ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏହା ଫଳରେ ଟ୍ୟାଙ୍କଟି ନଷ୍ଟ ହୋଇଯାଇଥିଲା । ତେବେ ଏହି ଘଟଣାରେ କୌଣସି ବ୍ୟକ୍ତି ମୃତାହତ ହୋଇନାହାନ୍ତି , କାରଣ ଏହି ଘଟଣା ଘଟିବାବେଳେ ଟ୍ୟାଙ୍କରେ କୌଣସି ସେନା ଅଫିସର ବା ଯବାନ ନଥିଲେ ବୋଲି ସେନା ମୁଖପାତ୍ର ସମ୍ବିତ ଘୋଷ କହିଛନ୍ତି । ଭାରତୀୟ ସେନା ପକ୍ଷରୁ ଏହି ଘଟଣାର ତଦନ୍ତ (କୋର୍ଟ ଅଫ ଇନକ୍ୱାରୀ) ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ ଯେ ଋଷିଆ ନିର୍ମିତ ଟି୯୦ ହେଉଛି ଭାରତର ଏକ ପ୍ରମୁଖ ଯୁଦ୍ଧ ଟ୍ୟାଙ୍କ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/t90.jpg)