ପୁଣି ବିସ୍ଫୋରଣରେ ଥରିଲା ପାକିସ୍ତାନ: କ୍ରିକେଟ ଷ୍ଟାଡିୟମ ନିକଟରେ ବିସ୍ଫୋରଣ

ଲାହୋର: ପାକିସ୍ତାନର ଅଶାନ୍ତ ବଲୁଚିସ୍ତାନ ପ୍ରଦେଶର କ୍ୱେଟାରେ ଆଜି ହୋଇଥିବା ବିସ୍ଫୋରଣରେ ଅତି କମରେ ପାଞ୍ଚ ଜଣ ଆହତ ହୋଇଛନ୍ତି। ଗତ କିଛି ଦିନ ତଳେ ସୁରକ୍ଷା ଅଧିକାରୀଙ୍କୁ ଟାର୍ଗେଟ କରି ତେହେରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି) ର ଯୋଜନାବଦ୍ଧ ଆକ୍ରମଣର ଏହା ହେଉଛି ଦ୍ୱିତୀୟ ଘଟଣା। ପୁଲିସ ଅଧିକାରୀ କହିଛନ୍ତି ଯେ ଏହି ବିସ୍ଫୋରଣ କ୍ୱେଟା ପୁଲିସ ଲାଇନ ଅଞ୍ଚଳରେ ଘଟିଛି ଏବଂ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ବିସ୍ଫୋରଣ ପାଇଁ ଟିଟିପି ନିଜକୁ ଦାୟୀ କରିଛି। ଏହି ବିସ୍ଫୋରଣରେ ସୁରକ୍ଷା ଅଧିକାରୀଙ୍କୁ ଟାର୍ଗେଟ କରାଯାଇଥିବା କୁହାଯାଉଛି। ଏହି ସମୟରେ କ୍ୱେଟାର ନବାବ ଆକବର ବୁଗଟି ଷ୍ଟାଡିୟମରେ ପାକିସ୍ତାନ ସୁପର ଲିଗ୍ (ପିଏସ୍ଏଲ୍) ମ୍ୟାଚ୍ ଖେଳାଯାଉଥିଲା | ବିସ୍ଫୋରଣ ହେତୁ କିଛି ସମୟ ପାଇଁ ମ୍ୟାଚ ବନ୍ଦ କରାଯାଇଥିଲା |

ଏହି ମ୍ୟାଚରେ ଅଧିନାୟକ ବାବର ଆଜାମ ଏବଂ ସାହିଦ ଆଫ୍ରିଦିଙ୍କ ପରି ପୂର୍ବତନ ଅଲରାଉଣ୍ଡର ଖେଳୁଥିଲେ | ତେବେ କୌଣସି ଖେଳାଳି ଆହତ ହୋଇନାହାଁନ୍ତି ବୋଲି ଅଧିକାରୀ କହିଛନ୍ତି। ଏହି ଆକ୍ରମଣରେ ପାକିସ୍ତାନ କ୍ରିକେଟ୍ ଦଳର ଅଧିନାୟକ ବାବର ଆଜାମ ଏବଂ ପୂର୍ବତନ କ୍ରିକେଟର ସାହିଦ ଆଫ୍ରିଦିଙ୍କ ସମେତ ଅନେକ ଖେଳାଳି ଅଳ୍ପକେ ବଞ୍ଚିଥିଲେ। ଷ୍ଟାଡିୟମ ନିକଟରେ ବିସ୍ଫୋରଣ ହେବା ମାତ୍ରେ ମ୍ୟାଚ୍ ତୁରନ୍ତ ବନ୍ଦ ହୋଇଯାଇଥିଲା ଏବଂ ଖେଳାଳିମାନଙ୍କୁ ତୁରନ୍ତ ଡ୍ରେସିଂ ରୁମକୁ ନିଆଯାଇଥିଲା। ଉଲ୍ଲେଖ ଥାଉ କି କିଛି ଦିନ ପୂର୍ବରୁ ପେଶାୱାରର ଏକ ମସଜିଦରେ ତାଲିବାନର ଆତ୍ମଘାତୀ ବିସ୍ଫୋରଣକାରୀ ନିଜକୁ ବିସ୍ଫୋରଣ କରି ଉଡାଇଦେଇଥିଲା | ଏଥିରେ ୧୦୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦୦ରୁ ଅଧିକ ଲୋକ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର