ହାଇଦ୍ରାବାଦ: ତେଲେଙ୍ଗାନାରେ ଭୟଙ୍କର ବିସ୍ଫୋରଣ । ଏକ କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ । ବିସ୍ଫୋରଣରେ ୧୦ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଆହତମାନଙ୍କ ଉଦ୍ଧାର କରି ନିକଟସ୍ଥ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ତେବେ ତେଲେଙ୍ଗାନାର ସାଙ୍ଗାରେଡ୍ଡୀ ଜିଲ୍ଲାର ସିଗାଚି ଫାର୍ମା କମ୍ପାନୀରେ ବିରାଟ ବିସ୍ଫୋରଣ ହୋଇଛି । ଘଟଣା ଘଟିବା ପରେ ସଙ୍ଗେ ସଙ୍ଗେ ୧୧ଟି ଦମକଳ ବାହିନୀ ନିଆଁ ଲିଭାଇବାକୁ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ନିଆଁ ଲିଭା କାମ ଜାରି ରହିଛି । ତେବେ ବିସ୍ଫୋରଣସ୍ଥଳୀରେ ଅପରେସନ ଚାଲିଥିବା ବେଳେ ବର୍ତ୍ତମାନ ସୁଦ୍ଧା କୌଣସି ମୃତଦେହ ମିଳିନଥିବା ପ୍ରଶାସନ ସ୍ପଷ୍ଟ କରିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/06/30/10-dead-2025-06-30-12-51-41.jpg)