ପୁଣେରେ ବଡ଼ ଧରଣର ଅଗ୍ନିକାଣ୍ଡ: ବହୁ କ୍ଷୟକ୍ଷତିର ଆଶଙ୍କା, ନିଆଁ ଲିଭାଇବାକୁ ପହଞ୍ଚିଲା ୩୦ ଦମକଳ ଗାଡ଼ି

ପୁଣେ: ମହାରାଷ୍ଟ୍ରର ପୁଣେଠାରେ ବୁଧବାର ଏକ ବସ୍ତିରେ ବିରାଟ ଅଗ୍ନିକାଣ୍ଡ ଘଟିଛି। ଏଏନ୍‌ଆଇ ପକ୍ଷରୁ କରାଯାଇଥିବା ଟୁଇଟ୍‌ ମୁତାବକ, ପୁଣେର ଶିବାଜୀନଗର ନିକଟସ୍ଥ ପାଟିଲ୍‌ ଇଷ୍ଟେଟ୍‌ ଲେନ୍‌-୩ଠରେ ଏହି ଅଗ୍ନିକାଣ୍ଡ ଘଟିଯାଇଛି। ଲାଗିଥିବା ନିଆଁକୁ ଲଭାଇବା ପାଇଁ ସମୁଦାୟ ୩୦ ଦମକଳ ଗାଡ଼ି ସହ ଶତାଧିକ ଅଗ୍ନିଶମ କର୍ମଚାରୀ ପହଞ୍ଚିଥିବା ସୂଚନା ରହିଛି। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି ବୋଲି ଜାଣିବାକୁ ମିଳିଛି। ପୁଲିସ୍‌ ପକ୍ଷରୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଛି ଯେ ସଂପୃକ୍ତ ଅଞ୍ଚଳରେ ସର୍ଟ ସର୍କିଟ୍‌ ହୋଇଥିବା ହେତୁ ଏହି ଅଗ୍ନିକାଣ୍ଡ ଘଟିଛି।

 

ଉଲ୍ଲେଖଯୋଗ୍ୟ, ପୁଣେଠାରେ ଏହି ପରି ସମାନ ଘଟଣ ଚଳିତ ମାସ ଆରମ୍ଭରୁ ମଧ୍ୟ ଥରେ ଘଟିଥିବାର ସୂଚନା ରହିଛି। ଭବାନୀ ପେଠର ଏକ କାରଖାନାରେ ନିକଟ ଅତୀତରେ ନିଆଁ ଲାଗି ବହୁ କ୍ଷୟକ୍ଷତି ହୋଇଥିଲା। ଅଗ୍ନିକାଣ୍ଡକୁ ଆୟତ୍ତ କରିବା ପାଇଁ ୯ ଜଣ ନିଆଁ ଲିଭାଳି ଘଟଣାସ୍ଥଳରେ ପହଞ୍ଚିଥିଲେ। ସେହିପରି ଅକ୍ଟୋବର ମାସରେ ମଧ୍ୟ ପୁଣେର ଏକ ବସ୍ତିରେ ଅଗ୍ନିକାଣ୍ଡ ଘଟି ୨ ଜଣଙ୍କ ପ୍ରାଣ ଯାଇଥିଲା।

ସମ୍ବନ୍ଧିତ ଖବର