ପାକ୍ ସେନା ଉପରେ ବିଏଲଏଫର ଆକ୍ରମଣ

ପାକିସ୍ତାନରେ ବେଲୁଚିସ୍ତାନ ଲିବରେସନ ଫ୍ରଣ୍ଟ (ବିଏଲଏଫ) ପୁଣି ଥରେ ଆକ୍ରମଣ ଆରମ୍ଭ କରିଛି। ସଂଗଠନ ପକ୍ଷରୁ ମଙ୍ଗଳବାର ବିଳମ୍ବିତ ରାତିରେ ବେଲୁଚିସ୍ତାନର ଅନେକ ଜିଲ୍ଲାରେ ନିରନ୍ତର ଆକ୍ରମଣ କରାଯାଇଥିଲା ।

blf

କ୍ବେଟା : ପାକିସ୍ତାନରେ ବେଲୁଚିସ୍ତାନ ଲିବରେସନ ଫ୍ରଣ୍ଟ (ବିଏଲଏଫ) ପୁଣି ଥରେ ଆକ୍ରମଣ ଆରମ୍ଭ କରିଛି। ସଂଗଠନ ପକ୍ଷରୁ ମଙ୍ଗଳବାର ବିଳମ୍ବିତ ରାତିରେ ବେଲୁଚିସ୍ତାନର ଅନେକ ଜିଲ୍ଲାରେ ନିରନ୍ତର ଆକ୍ରମଣ କରାଯାଇଥିଲା । ଏହି ସମୟରେ ଅନେକ ସରକାରୀ ବାସଭବନ ଏବଂ ସାମରିକ ଘାଟିକୁ ଟାର୍ଗେଟ କରାଯାଇଥିଲା।

ଏହି ଆକ୍ରମଣ ପରେ ବିଏଲଏଫ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ସଂଗଠନ ଏହି ଅପରେସନକୁ ନୟି ସୁବହ (ନୂଆ ସକାଳ) ଭାବେ ନାମିତ କରିଛି। ଏହି ଆକ୍ରମଣ ସହିତ, ସଂଗଠନ ପାକିସ୍ତାନ ବିରୁଦ୍ଧରେ ବର୍ଷ ବର୍ଷ ଧରି ଚାଲିଥିବା ଲଢ଼େଇ ପୁଣି ଆରମ୍ଭ କରିଛି। ରିପୋର୍ଟ ଅନୁଯାୟୀ, ପାକିସ୍ତାନର ବିଭିନ୍ନ ସ୍ଥାନ, ପଞ୍ଜଗୁର, ସର୍ବ, କେଚ୍ ଏବଂ ଖାରାନରେ ମୋଟ ୧୭ଟି ଆକ୍ରମଣ କରାଯାଇଛି। ଏହା ଯୋଗୁଁ ପାକିସ୍ତାନକୁ ବହୁତ କ୍ଷତି ସହିବାକୁ ପଡ଼ିଛି । ପାକିସ୍ତାନର କେତେକ ସେନା ଜବାନ ଓ ସରକାରୀ କର୍ମଚାରୀ ମୃତ୍ୟୁବରଣ କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ବେଲୁଚିସ୍ତାନ ଲିବରେସନ ଫ୍ରଣ୍ଟ (ବିଏଲଏଫ) ଓ ବେଲୁଚିସ୍ତାନ ଲିବରେସନ ଆର୍ମି (ବିଏଲଏ) ଦୁଇଟି ଅଲଗା ସଂଗଠନ ଯେଉଁମାନେ ପାକିସ୍ତାନ କବଳରୁ ବେଲୁଚିସ୍ତାନର ସ୍ବାଧୀନତା ପାଇଁ ଲଢୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe