ହାଇଦ୍ରାବାଦ୍‌: ହାଇଦ୍ରାବାଦରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ବୃଦ୍ଧ ଦୃଷ୍ଟିହୀନ ଦମ୍ପତି ସେମାନଙ୍କ ମୃତ ପୁଅର ମୃତଦେହ ସହିତ କିଛି ଦିନ ବିତାଇବା ପରେ ବି ଜାଣି ନଥିଲେ ଯେ ତାଙ୍କ ପୁଅ ମରିଯାଇଛି ବୋଲି।

Advertisment

ମୃତଦେହ ଅନେକ ଦିନ ପଡ଼ି ରହି ଦୁର୍ଗନ୍ଧ ହେବା ପରେ ପଡ଼ୋଶୀମାନେ ଏହି ଘଟଣା ବିଷୟରେ ପୁଲିସ୍‌କୁ ଅବଗତ କରାଇଥିଲେ। ତାହାପରେ ଯାଇ ଜଣାପଡ଼ିଥିଲା ଯେ ଦମ୍ପତିଙ୍କ ପୁଅର ମୃତ୍ୟୁ ଘଟିଛି। 

ପୁଲିସ ସୋମବାର ଦିନ ଉକ୍ତ ସ୍ଥାନରେ ପହଞ୍ଚି ଦେଖିଥିଲା ଯେ ଦମ୍ପତିଙ୍କ ବୟସ ୬୦ ଉପରେ ଥିଲା। ସେମାନଙ୍କ ୩୦ ବର୍ଷର ପୁଅର ମୃତଦେହ ସେଠାରେ ପଡ଼ି ରହିଥିଲା।

କିଛି ଦିନ ପୂର୍ବରୁ ନିଦ୍ରାରେ ସମୟରେ ହିଁ ପୁଅର ମୃତ୍ୟୁ ହୋଇଥିବା ପୁଲିସ ସନ୍ଦେହ କରୁଛି। ଯୁବକଙ୍କର କେଉଁଦିନ ମୃତ୍ୟୁ ଘଟିଛି ଓ କେଉଁ କାରଣରୁ ଜାଣିବା ପାଇଁ ତାଙ୍କ ମୃତଦେହକୁ ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା ବୋଲି ପୁଲିସ କହିଛି। ଏ ବାବଦରେ ଏକ ମାମଲା ମଧ୍ୟ ପଞ୍ଜିକୃତ ହୋଇଛି।

ରାଧାକୋଣ୍ଡା ପୁଲିସ ଷ୍ଟେସନ ହାଉସ ଅଫିସର ସୂର୍ଯ୍ୟ ନାୟକଙ୍କ କହିବାନୁସାରେ ପିତାମାତା ଦୁଇ ଜଣ ଯାକ ଦୃଷ୍ଟିହୀନ। ସେମାନେ ଦେଖି ପାରୁନଥିବାରୁ ପୁଅର ମୃତ୍ୟୁ ବିଷୟରେ ଅବଗତ ନଥିଲେ।

ପୁଲିସ ଏହି ଦମ୍ପତିଙ୍କୁ ଉଦ୍ଧାର କରି ସହରର ଭିନ୍ନ ଏକ ସ୍ଥାନରେ

Blind parents in Hyderabad didn't realise son had died, lived with body for days

ରହୁଥିବା ବଡ଼ ପୁଅ ସହିତ ଯୋଗାଯୋଗ କରିବା ପୂର୍ବରୁ ସ୍ୱାମୀ-ସ୍ତ୍ରୀଙ୍କୁ ଖାଦ୍ୟ ଓ ଜଳ ଯୋଗାଇ ଦେଇଥିଲା।