ନୂଆଦିଲ୍ଲୀ: ଜମ୍ମୁ- କଶ୍ମୀରରୁ ଇଣ୍ଟରନେଟ ସେବାକୁ ବନ୍ଦ କରିବା ପାଇଁ କେନ୍ଦ୍ର ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାହା ସଂପୂର୍ଣ୍ଣ ରୂପେ ‘ଯଥାର୍ଥ’। ଜମ୍ମୁ- କଶ୍ମୀରକୁ ଆତଙ୍କବାଦରୁ ମୁକ୍ତ ରଖିବା ପାଇଁ ଏପରି ନିଷ୍ପତ୍ତିର ପ୍ରୟୋଜନ ରହିଥିଲା। କେନ୍ଦ୍ର ସରକାରଙ୍କର ଏହି ନିଷ୍ପତ୍ତି ଯୋଗୁଁ ଆତଙ୍କବାଦ ପ୍ରବଣ ଜମ୍ମୁ- କଶ୍ମୀରରୁ ଆତଙ୍କବାଦ ଅନେକ ମାତ୍ରା‌େର ହ୍ରାସ ପାଇଛି ବୋଲି ଆଜି ସୁପ୍ରିମ୍‌ କୋର୍ଟଙ୍କୁ କହିଛନ୍ତି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା।

Advertisment

publive-image ANI

ସୁପ୍ରିମ୍‌ କୋର୍ଟ ବିଚାରପତି ଜଷ୍ଟିସ୍‌ ଏନ୍‌ ଭି ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠଙ୍କୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ଆତଙ୍କବାଦୀମାନେ ଜମ୍ମୁ- କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇବା ପାଇଁ ଇଣ୍ଟରନେଟ ଜରିଆରେ ଟ୍ରାକ୍‌ କରିବା ପାଇଁ କୌଣସି ପ୍ରକାରର ବ୍ୟବସ୍ଥା ନଥିବା କାରଣରୁ ଏପରି କଠିନ ନିଷ୍ପତ୍ତି ନେବା ବ୍ୟତୀତ କେନ୍ଦ୍ର ସରକାରଙ୍କ ନିକଟରେ ଅନ୍ୟ କୌଣସି ପ୍ରକାରର ଦ୍ବିତୀୟ ବିକଳ୍ପ ଉପଲବ୍ଧ ନଥିଲା। କାରଣ, ଏବେ ସମଗ୍ର ବିଶ୍ବରେ ଆତଙ୍କବାଦ ବା ତଥାକଥିତ ‘ଜେହାଦ’ର ପ୍ରସାରଣ ପାଇଁ ଆତଙ୍କବାଦୀମାନେ ଇଣ୍ଟରନେଟ୍‌କୁ ସେମାନଙ୍କର ମୁଖ୍ୟ ଆୟୂଧ କରିଛନ୍ତି ବୋଲି ଏହି ଅବସରରେ ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠଙ୍କୁ କହିଛନ୍ତି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା।