ରକ୍ତକର୍କଟ ରୋଗୀମାନେ ସର୍ବାଧିକ କୋଭିଡ୍‌ପ୍ରବଣ

ଲଣ୍ଡନ: ରକ୍ତକର୍କଟରେ ଆକ୍ରାନ୍ତ ରୋଗୀମାନେ ମହାମାରୀ କୋଭିଡ୍‌-୧୯ ଦ୍ବାରା ସର୍ବାଧିକ ସଂକ୍ରମଣ ହେବାର ଆଶଙ୍କା ରହିଛି ବୋଲି ସଦ୍ୟ ଏକ ଗବେଷଣାରୁ ଜଣାପଡ଼ିଛି। ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଓ ବର୍ମିଂହାମ୍‌ ବିଶ୍ବବିଦ୍ୟାଳୟ ଦ୍ବାରା ସଂଘଟିତ ସଂଯୁକ୍ତ ରାଜ୍ୟ(ୟୁକେ) କର୍କଟ ଅନୁଧ୍ୟାନ ପ୍ରକଳ୍ପର ଏ ସଂକ୍ରାନ୍ତ ସବିଶେଷ ତଥ୍ୟ ଲାନ୍‌ସେଟ୍‌ ଅଙ୍କୋଲୋଜି ପତ୍ରିକାରେ ପ୍ରକାଶିତ ହୋଇଛି। କରୋନା ଭୂତାଣୁ ସଂସ୍ପର୍ଶରେ ଆସିଲେ ରକ୍ତକର୍କଟ ରୋଗୀମାନେ ଅତି ଗୁରୁତର ହୋଇଯିବା ଆଶଙ୍କା ୫୭ ପ୍ରତିଶତ ଅଧିକ ବୋଲି ଏହି ଅନୁଧ୍ୟାନରେ କୁହାଯାଇଛି। ବିଶେଷ କରି ସ୍ତନକର୍କଟ, ମୁଖଗହ୍ବର କର୍କଟ ଓ ଫୁସଫୁସ କର୍କଟ ପରି ଅନ୍ୟାନ୍ୟ କର୍କଟରୋଗୀଙ୍କ ସହ ତୁଳନା କରି ଏହି ଫଳାଫଳ ମିଳିଛି। ସମଗ୍ର ୟୁକେର ୬୦ଟି କର୍କଟ ଚିକିତ୍ସା କେନ୍ଦ୍ରରୁ ମିଳିଥିବା ତଥ୍ୟକୁ ପାଥେୟ କରି ଗବେଷକମାନେ ଏପରି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି।

ସମ୍ବନ୍ଧିତ ଖବର