ନଳକୂଅରୁ ପାଣି ବଦଳରେ ବାହାରୁଛି ରକ୍ତ ଓ ମାଂସ, ଭୟରେ ଗ୍ରାମବାସୀ

ହମିରପୁର: ନଳକୂପର ହ୍ୟାଣ୍ଡେଲ ଚଳାଇବା ଦ୍ୱାରା ପାଣି ବଦଳରେ ବାହାରୁଛି ରକ୍ତ, ମାଂସ ଓ ହାଡ | ଉତ୍ତରପ୍ରଦେଶର ହମିରପୁର ଗ୍ରାମରେ କିଛି ଏଭଳି ଘଟଣା ଘଟିଛି | ଯାହାକୁ ନେଇ ଗ୍ରାମବାସୀମାନେ ଏବେ ଭୟରେ ରହୁଛନ୍ତି | ସ୍ଥିତି ଏଭଳି ହୋଇଛି ଯେ ଲୋକମାନେ ଭୟରେ ଏହି ନଳକୂପ ନିକଟକୁ ଯିବାକୁ ଭୟ କରୁଛନ୍ତି |

Photo-AAJTAK

ମିଳିଥିବା ସୂଚନା ମୁତାବକ ହମିରପୁର ଅଂଚଳର ଜଖେଦି ଗ୍ରାମରେ ୧୦୦ ଘର ପାଇଁ ଏକମାତ୍ର ସାହାରା ହେଉଛି ଏହି ନଳକୂପ | ତେବେ ଦୀପାବଳି ପରେ ଏହି ନଳକୂପରୁ ପାଣି ବଦଳରେ ରକ୍ତ ଓ ମାଂସ ଖଣ୍ଡ ବାହାରୁଥିବାର ଦେଖିବାକୁ ମିଳିଛି | ତେବେ ଏଭଳି ଘଟଣା ଘଟିବ ପରେ ଲୋକଙ୍କ ମନରେ ଅନ୍ଧବିଶ୍ୱାସ ବସା ବାନ୍ଧିନେଇଛି |

କିଛି ଲୋକ ଏହାକୁ ଅଭିଶପ୍ତ ନଳକୂପ ବୋଲି ଭାବୁଥିବାବେଳେ କିଛି ଲୋକ ଏଠାରେ ପ୍ରେତାତ୍ମା ଥିବାର ସନ୍ଦେହ କରୁଛନ୍ତି | ଏହି ଘଟଣାକୁ ନେଇ ଗ୍ରାମବାସୀମାନେ ପ୍ରଶାସନକୁ ଅଭିଯୋଗ ମଧ୍ୟ ଜଣାଇଛନ୍ତି | ଏହାପରେ ହମିରପୁର ଜିଲ୍ଲାପାଳ ଏହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି |

ସମ୍ବନ୍ଧିତ ଖବର