ପାକିସ୍ତାନରେ ପ୍ଲାଜମା କଳାବଜାରୀ: ହ୍ୱାଟ୍ସଆପରେ ବିକ୍ରି ହେଉଛି ରକ୍ତ ପ୍ଲାଜମା

ନୂଆଦିଲ୍ଲୀ: କରୋନା ମହାମାରୀ ଭାରତ ସମେତ ବିଶ୍ୱର ଅନ୍ୟ ଦେଶମାନଙ୍କରେ ମଧ୍ୟ ତାଣ୍ଡବ ରଚାଇବାରେ ଲାଗିଛି | ଭାରତର ପଡୋଶୀ ଦେଶ ପାକିସ୍ତାନରେ ଦୁଇ ଲକ୍ଷରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ପୂର୍ବରୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ପାକିସ୍ତାନରେ ଏବେ ରକ୍ତ ପ୍ଲାଜମାର କଳାବଜାରୀ ଭଳି ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି | ଯେଉଁମାନେ ଚିକିତ୍ସା ପରେ କରୋନା କବଳରୁ ସୁସ୍ଥ ହେଉଛନ୍ତି ସେମାନେ ବ୍ଲଡ଼ ପ୍ଲାଜମାର କଳାବଜାରୀ କରୁଥିବାର ଅଭିଯୋଗ ହୋଇଛି | ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ରକ୍ତ ପ୍ଲାଜାରେ ଆଣ୍ଟିବଡି ରହିଥାଏ, ଯାହା କୋଭିଡ -୧୯ ପାଇଁ ଚିକିତ୍ସାର ଦ୍ୱାର ଖୋଲିପାରେ । ତେବେ ପାକିସ୍ତାନରେ ବର୍ତ୍ତମାନ ସୋସିଆଲ ମିଡ଼ିଆ ସାଇଟ ହ୍ଵାଟ୍ସଆପ ମାଧ୍ୟମରେ ବ୍ଲଡ ପ୍ଲାଜମାର ଏହି ବ୍ୟବସାୟ ଆରମ୍ଭ ହୋଇଥିବାର ଚର୍ଚ୍ଚା ହେଉଛି | ଗରିବ ଏବଂ ସୁସ୍ଥ ହୋଇଥିବା ଲୋକମାନେ ଏହାକୁ ୨ରୁ ୮ ଲକ୍ଷ ଟଙ୍କାରେ ବିକ୍ରି କରୁଛନ୍ତି |

photo-health line

‘ଡିଡବ୍ଲ୍ୟୁ’ ରିପୋର୍ଟ ଅନୁଯାୟୀ, କରାଚିରେ ରହୁଥିବା ଜଣେ ଯୁବକ ଖୋଲାଖୋଲି କହିଛନ୍ତି ଯେ ତିନି ମାସ ହେଲା ସେ ରୋଜଗାର ହରାଇଛନ୍ତି | ଆଉ ଏବେ କରୋନା କବଳରୁ ସୁସ୍ଥ ହେବା ପରେ ରକ୍ତ ପ୍ଲାଜମାକୁ ଅତି କମରେ ୩ ଲକ୍ଷ ଟଙ୍କାରେ ବିକ୍ରି କରିବାକୁ ଚାହୁଁଛି | ଏହି ଟଙ୍କାରେ ମୁଁ ଟ୍ୟାକ୍ସି କିଣିବି” |

ରକ୍ତ ପ୍ଲାଜମାର କଳା ବେପାର ବାବଦରେ ପାକିସ୍ତାନ ମେଡିକାଲ ଆସୋସିଏସନର ଅବଦୁଲ ଘଫୁର ଶୋରୋ କହିଛନ୍ତି ଯେ ପାକିସ୍ତାନରେ ଲୋକମାନେ କିଡନୀ ଏବଂ ଅନ୍ୟାନ୍ୟ ଅଙ୍ଗକୁ ଖୋଲାଖୋଲି ବିକ୍ରି କରନ୍ତି। ଯେଉଁମାନଙ୍କର କରୋନା ସଙ୍କଟ କାରଣରୁ ଚାକିରୀ ଚାଲିଯାଇଛି, ସେମାନେ ତାହା କରିବାକୁ ବାଧ୍ୟ ହେବେ | ଏଭଳି ପରିସ୍ଥିତିରେ ସରକାର ଏକ ଆର୍ଥିକ ପ୍ୟାକେଜ୍ ଘୋଷଣା କରିବା ଉଚିତ, ଯାହା ଏହିପରି ଲୋକଙ୍କୁ ସାହାଯ୍ୟ କରିପାରିବ।

ସମ୍ବନ୍ଧିତ ଖବର