ଭିଡିଓ ପ୍ରସ୍ତୁତ କରୁଥିବା ବେଳେ ଯୁବକଙ୍କ ଆଖିକୁ ଆକ୍ରମଣ କଲା ସାପ

ନୂଆଦିଲ୍ଲୀ: ଆମେରିକାର ଜଣେ ୩୨ବର୍ଷର ୟୁଟୁବରଙ୍କୁ ତିନିଫୁଟ ଲମ୍ବ ସାପର ଭିଡିଓ ସୁଟ କରିବା ମହଙ୍ଗା ପଡ଼ିଛି। ଉକ୍ତ ୟୁଟୁବରଙ୍କ ନାମ ନିକ ବିଶପ ବୋଲି ଜଣାପଡ଼ିଛି। ସେ ୱାଇଲ୍ଡ ଲାଇଫ ଡାଇରେକ୍ଟର ଭାବେ କାମ କରନ୍ତି। ନିକଟରେ ନିକ ଫ୍ଲୋରିଡା ସହର ଏଭରଗ୍ଲେଡସ ନାସନାଲ ପାର୍କ ଯାଇ ଏକ ସାପର ଭିଡିଓ ସୁଟ କରିବା ଆରମ୍ଭ କରିଥିଲେ।  ଭିଡିଓ ସୁଟ କରୁଥିବା ସମୟରେ ନିକ ଉପରେ ସାପ ହଠାତ ଆକ୍ରମଣ କରିଥିଲା।

LA snake-handler' bitten on eyebrow by 3ft-long Burmese python [Video] | Daily Mail Online
Daily Mail
ନିକଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି କି ନିକ ସାପକୁ ହାତରେ ଉଠାଇଛନ୍ତି। ଆଉ ଭିଡିଓରେ କହୁଛନ୍ତି କି, ଏହା ବର୍ମା ପାଇଥନ ଅଟେ, ଆଉ ଇଏ ବିଷଧର ନୁହେଁ। ଏହି ସମୟରେ ସାପ ନିକଙ୍କ ହାତକୁ କାମୁଡ଼ିବା ପାଇଁ ଚେଷ୍ଟା କରୁଥିବା ବି ଦେଖିବାକୁ ମିଳୁଛି। ଏହି ସାପ ବିଷଧର ନଥିବାରୁ ନିକ ଏହାକୁ ନଜରଅନ୍ଦାଜ କରିବାରେ ଲାଗିଥିଲେ। ଦେଖୁଦେଖୁ ସାପଟି ନିକଙ୍କ ଆଖିକୁ ଆକ୍ରମଣ କରିଥିଲା।

ଏହି ଆକ୍ରମଣରେ ନିକଙ୍କ ଆଖିରୁ ରକ୍ତ ବାହାରିଥିଲା। ସୌଭାଗ୍ୟବଶତଃ ସାପର ଦାନ୍ତ ନିକଙ୍କ ଆଇବ୍ରୋ ଉପରେ ବାଜିଥିଲା। ଏହି ଘଟଣାକୁ ନେଇ ନିକ କହିଛନ୍ତି, ମୋତେ ଜଣା ଥିଲା କି ସାପଟି ମୋ ଉପରେ ଆକ୍ରମଣ କରିବ। କାରଣ ଏମାନେ ନିଜକୁ ବଞ୍ଚାଇବା ପାଇଁ ଏପରି ହିଁ କରି ଥାଆନ୍ତି। କିନ୍ତୁ ଜାଣି ନଥିଲି କି ସାପଟି ମୋ ଆଖିକୁ ଆକ୍ରମଣ କରିବ। ତେବେ ଏଯାବତ ଏହି ସାପ କାମୁଡ଼ିବା ଦ୍ବାରା କାହାର ମୃତ୍ୟୁ ହୋଇଥିବା ନେଇ କୌଣସି ରିପୋର୍ଟ ନାହିଁ।

ଡବ୍ଲୁଏଚଓର ଏକ ରିପୋର୍ଟ ମୁତାବକ, ପ୍ରତି ବର୍ଷ ସାପ ଦଂଶନ ହେତୁ ବିଶ୍ବରେ ଏକଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହେଉଛି।

ସମ୍ବନ୍ଧିତ ଖବର