ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଜଗଦଲପୁର ସିଆରପିଏଫ୍ କ୍ୟାମ୍ପରେ ଯବାନଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିବା ଫଳରେ ଜଣେ ଯବାନ ମୃତ ଓ ଦୁଇ ଯବାନ ଗୁରୁତର ହୋଇଥିବାର ଖବର ମିଳିଛି। ଜଣେ ଯବାନ ନିଜ ସର୍ଭିସ ବନ୍ଧୁକରୁ ଗୁଳି ଫୁଟାଇବା ଫଳରେ ଏଭଳି ଅଘଟଣ ଘଟିଛି।
ଗୁରୁତର ଯବାନଙ୍କୁ ରାୟପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ସିଆରପିଏଫ-୨୪୧ ବାଟାଲିୟନର ୩ ଜଣ ଯବାନଙ୍କ ମଧ୍ୟରେ ବଚସା ଯୋଗୁଁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି। ତେବେ ଘଟଣାର କାରଣ ଅସ୍ପଷ୍ଟ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/dead-indiatoday.png)