ଅମରନାଥ ଯାତ୍ରା ବେଳେ ରକ୍ତ ବୋହିବ : ଆତଙ୍କବାଦୀ ସଂଗଠନର ଚେତାବନୀ

ଶ୍ରୀନଗର : ପବିତ୍ର ଅମରନାଥ ଯାତ୍ରାକୁ ନେଇ କଶ୍ମୀରର ଆତଙ୍କବାଦୀମାନେ ଚେତାବନୀ ଶୁଣାଇଛନ୍ତି । ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର ଏକ ଶାଖା ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ) ପକ୍ଷରୁ ଏକ ପତ୍ର ଜାରି କରି ଧମକ ଦିଆଯାଇଛି ଯେ ଅମରନାଥ ଯାତ୍ରାକୁ ବ୍ୟବହାର କରି ଭାରତ ସରକାର ରାଜନୀତି କରୁଛନ୍ତି । ଏଣୁ ଏହି ଯାତ୍ରା ବେଳେ ରକ୍ତ ବୋହିବ ।

ଏହି ପତ୍ରରେ ଲେଖାଯାଇଛି ଯେ, ସେମାନେ କୌଣସି ଧାର୍ମିକ ଯାତ୍ରା ବିରୋଧରେ ନାହାନ୍ତି । କିନ୍ତୁ ସରକାର ନିଜର ରାଜନୀତି ପାଇଁ ଅମରନାଥ ଯାତ୍ରାକୁ ବ୍ୟବହାର କରୁଛନ୍ତି । ପୂର୍ବରୁ ଅମରନାଥ ଯାତ୍ରା ମାତ୍ର ୧୫ ଦିନ ପାଇଁ ହେଉଥିଲା ଓ ମାତ୍ର ୧୫ ହଜାର ଯାତ୍ରୀ ଯାତ୍ରା କରୁଥିଲେ । କିନ୍ତୁ ଏବେ ଏହି ଯାତ୍ରା ୮୦ ଦିନ ପାଇଁ ଅନୁଷ୍ଠିତ ହେଉଛି ଓ ପ୍ରାୟ ୮ ଲକ୍ଷ ଲୋକ ଯାତ୍ରା କରୁଛନ୍ତି । ଏହି ଯାତ୍ରା ବାହାନାରେ ଫାସିବାଦୀ ସରକାର ସଂଘି (ଆରଏସଏସ ) ଲୋକମାନଙ୍କୁ କଶ୍ମୀର ଘାଟିରେ ପ୍ରବେଶ କରାଉଛି । ଏହାକୁ କଦାପି ବରଦାସ୍ତ କରାଯିବ ନାହିଁ ଓ ରକ୍ତ ବୋହିବ ।

ତେବେ ସଂଗଠନ ପକ୍ଷରୁ କୁହାଯାଇଛି ଯେ ଯେଉଁ ଲୋକମାନେ କେବଳ ଧାର୍ମିକ କାମ ପାଇଁ ଯାଉଛନ୍ତି ଓ କଶ୍ମୀର ପ୍ରସଙ୍ଗରେ ମୁଣ୍ଡ ପୁରାଉନାହାନ୍ତି ସେମାନଙ୍କ ସୁରକ୍ଷା ପ୍ରତି କୌଣସି ଆଞ୍ଚ ଆସିବ ନାହିଁ ।

 

ସମ୍ବନ୍ଧିତ ଖବର