ମାଲଦା: ପଶ୍ଚିମବଂଗର ମାଲଦା ଜିଲ୍ଲାରେ ମଦ୍ରାସା ପ୍ରବନ୍ଧନ କମିଟି ନିର୍ବାଚନକୁ ନେଇ ଟିଏମ୍ସିର ଦୁଇ ଗୋଷ୍ଠୀ ମଧ୍ୟରେ ବଡ଼ ଧରଣର ସଂଘର୍ଷ ହୋଇଛି । ଉଭୟ ପକ୍ଷ ପରସ୍ପରକୁ ଗୁଳିମାଡ଼ ଓ ବୋମାମାଡ଼ କରିଥିବାରୁ ଅନେକ ଆହତ ହୋଇଛନ୍ତି। ଏହି ସଂଘର୍ଷକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଲାଗି ରହିଛି ଏବଂ ପୁଲିସ ସୁରକ୍ଷା ବଢ଼ାଇ ଦିଆଯାଇଛି । ରତୁଆର ବାଟନା ହାଇ ମଦ୍ରାସା ନିର୍ବାଚନକୁ ନେଇ ଆଜି ଅପରାହ୍ନରେ ଟିଏମ୍ସିର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ଏବଂ ଅଚାନକ ଏହା ବଡ଼ ସଂଘର୍ଷର ରୂପ ନେଇଥିଲା। ୨୦ରୁ ଅଧିକ ଆହତଙ୍କୁ ମାଲଦା ମେଡିକାଲ କଲେଜଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଆଉ କେତେକ ଆହତଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ମାଲଦା: ଟିଏମ୍ସିର ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ
ଗୁଳି ଓ ବୋମା ମାଡ଼ରେ ଅନେକ ଆହତ
/sambad/media/post_attachments/wp-content/uploads/2023/02/5fs4h65f4s65fhfhshfs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)