୭୬ ବର୍ଷ ପରେ ଦେଖିବାକୁ ମିଳିବ ନୀଳ ଜହ୍ନ

ନୂଆଦିଲ୍ଲୀ: ୭୬ ବର୍ଷ ପରେ ଅର୍ଥାତ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମ ଥର ପାଇଁ ଆକାଶରେ ବ୍ଲୁ ମୁନ ବା ନୀଳ ଜହ୍ନ ଦେଖିବାକୁ ମିଳିବ | ଅକ୍ଟୋବର ୩୧, ୨୦୨୦ରେ ନୀଳ ଜହ୍ନ ଦେଖାଯିବ | ଏହି ଦିନ, ସାଧାରଣ ଦିନ ତୁଳନାରେ ଚନ୍ଦ୍ରର ଆହୁରି ଅଧିକ ଆଲୋକିତ ଦେଖାଯିବ | ସାଧାରଣତଃ ଜ୍ୟୋତିର୍ବିଜ୍ଞାନିକ ଘଟଣା କିଛି ଦଶନ୍ଧିର ବ୍ୟବଧାନରେ ଘଟିଥାଏ | କିନ୍ତୁ ୧୯୪୪ ମସିହା ପରେ ପ୍ରଥମ ଥର ପାଇଁ ଦକ୍ଷିଣ ଆମେରିକା, ଭାରତ, ୟୁରୋପ, ଏସିଆ ରେ ଏହା ଦେଖିବାକୁ ମିଳିବ | ଜ୍ୟୋତିର୍ବିଜ୍ଞାନୀ କହିଛନ୍ତି ଯେ ଅକ୍ଟୋବର ୩୧, ୨୦୨୦ ପରେ ଏହି ଦୁର୍ଲଭ ଦୃଶ୍ୟ ୧୯ ବର୍ଷ ପରେ ୨୦୩୯ରେ ଦେଖିବାକୁ ମିଳିବ |

କେବେ ବ୍ଲୁ ମୁନ ଦେଖାଯାଇଥାଏ ?
ପ୍ରକୃତରେ, ଯେତେବେଳେ ବି ଗୋଟିଏ ମାସ ମଧ୍ୟରେ ଦୁଇ ଥର ପୂର୍ଣ୍ଣିମା ହୁଏ, ଏହାକୁ ଏକ ନୀଳ ଚନ୍ଦ୍ର ବା ବ୍ଲୁ ମୁନ କୁହାଯାଏ | ଚନ୍ଦ୍ରର ରଙ୍ଗରେ କୌଣସି ପରିବର୍ତ୍ତନ ହୁଏ ନାହିଁ | ଏହା ଅନ୍ୟ ଦିନ ଅପେକ୍ଷା ଅଧିକ ଉଜ୍ଜ୍ୱଳ ଏବଂ ବଡ଼ ଦେଖାଯାଏ | ଯଦି ଆପଣ ଭାବୁଥାନ୍ତି ଯେ ନୀଳ ଜହ୍ନରେ ଚନ୍ଦ୍ରର ରଙ୍ଗ ନୀଳ ହୋଇଯିବ | ଏହା ସତ ନୁହେଁ | ମାସକ ମଧ୍ୟରେ ଦୁଇ ଥର ପୂର୍ଣ୍ଣିମା ହୋଇ ଚନ୍ଦ୍ର ଦେଖାଦେଲେ ଏହାକୁ ବ୍ଲୁ ମୁନ କୁହାଯାଏ |

ସମ୍ବନ୍ଧିତ ଖବର