ନୂଆଦିଲ୍ଲୀ: ସାରା ଦେଶରେ ଆତଙ୍କ ଖେଳାଇ ଦେଇଥିବା ଭୟଙ୍କର ଖେଳ ବ୍ଲୁ ହେ୍ଵଲ୍ର ଭୟାବହତା ଏବଂ ଏହାର ଖରାପ୍ ପ୍ରଭାବ ଉପରେ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ଏହାକୁ ପ୍ରସାରଣ କରିବାବାପାଇଁ ସୁପ୍ରିମକୋର୍ଟ ଆଜି ଦୁରଦର୍ଶନକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଖାଲି ଦୁରଦର୍ଶନ ନୁହେଁ ଅନ୍ୟ ଚ୍ୟାନେଲ୍ ଗୁଡ଼ିକରେ ମଧ୍ୟ ଏହା ପ୍ରସାରଣ ହୋଇପାରିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ଚେନ୍ନାଇର ଜଣେ ୭୩ ବର୍ଷିୟ ଆଇନଜୀବୀ ଏନଏସ ପୋନିୟାହଙ୍କ ଆବେଦନର ଶୁଣାଣି କରି ଏହି ରାୟ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଏହି ଖେଳ ଲାଗି ନିକଟରେ ୧୦୦ ରୁ ଊର୍ଦ୍ଧ୍ୱ ଯୁବପିଢି ଆତ୍ମହତ୍ୟା କରିଛନ୍ତି। ତେବେ କେନ୍ଦ୍ର ଏହି ପ୍ରସଙ୍ଗର ତଦାରଖ ପାଇଁ ଏକ ଏକ୍ସପର୍ଟ କମିଠି ଗଠନ କରିଛନ୍ତି ଏବଂ ତିନି ସପ୍ତାହ ମଧ୍ୟରେ ଏନେଇ ରିପୋର୍ଟ ଦାଖଲ କରିବେ ବୋଲି ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। ରୁଷ୍ରୁ ଉତ୍ପନ ହୋଇଥିବା ଏହି ଭୟଙ୍କର ଖେଳରେ ଜଣଙ୍କୁ ୫୦ଦିନରେ ୫୦ଟି କାର୍ଯ୍ୟ ସମ୍ପନ୍ନ କରିବାକୁ ପଡ଼ିଥାଏ। ପ୍ରତ୍ୟେକଟି ପର୍ଯ୍ୟାୟ ବିପଦପୂର୍ଣ୍ଣ। ତେବେ ଶେଷ ପର୍ଯ୍ୟାୟରେ ଥାଏ ଆତ୍ମହତ୍ୟା କରିବାର ଚ୍ୟାଲେଞ୍ଜ।
ବ୍ଲୁ ହେ୍ଵଲ୍ ଚ୍ୟାଲେଞ୍ଜ : ଖେଳର ବିପଦ ନେଇ କାର୍ଯ୍ୟକ୍ରମ ପ୍ରସାର କରିବାକୁ ଦୁରଦର୍ଶନକୁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ
/sambad/media/post_attachments/wp-content/uploads/2017/10/maxresdefault-13.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)