ଅମିତାଭ ବଚ୍ଚନଙ୍କ ବାସସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ବୋଲି ଘୋଷଣା କଲା ବିଏମସି, ସାନିଟାଇଜେସନ ପାଇଁ ପହଞ୍ଚିଲେ ବିଏମସି କର୍ମଚାରୀ

ମୁମ୍ବାଇ: କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବିଗ୍ ବି ଅମିତାଭ ବଚ୍ଚନଙ୍କ ମୁମ୍ୱାଇସ୍ଥିତ ବାସଭବନ ‘ଜଲସା’କୁ ବିଶୋଧନ କରିବା ପାଇଁ ପହଞ୍ଚିଛନ୍ତି ମୁମ୍ୱାଇ ମହାନଗର ନିଗମର କର୍ମଚାରୀ। ଗତକାଲି ବିଗ୍ ବି ଏବଂ ତାଙ୍କ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନଙ୍କ ସ୍ୱାବ ନମୁନା ପଜିଟିଭ୍ ଆସିବା ପରେ ତାଙ୍କର ଘରକୁ ବିଶୋଧନ କରାଯିବା ନେଇ ସୂଚନା ଆସିଥିଲା । ଆଜି ସକାଳେ ବିଏମସି କର୍ମଚାରୀ ଏଥିପାଇଁ ପ୍ରସ୍ତୁତ ହୋଇ ତାଙ୍କ ବାସଭବନରେ ପହଞ୍ଚିଛନ୍ତି | ବିଶୋଧନ ସମୟରେ ସମସ୍ତ ସଦସ୍ୟ କୋଭିଡ୍ ଗାଇଡଲାଇନ୍ ପାଳନ କରିବାକୁ ରହିଛି କଡା ନିର୍ଦ୍ଦେଶ ।

Amitabh Bachchan recovering well in hospital; BMC declares Jalsa ...
India TV News

ଏଣୁ ସମସ୍ତ ବିଶୋଧକ ଟିମ୍ କିଟ୍ ସହିତ ପୁରା ସତର୍କତା ଅବଲମ୍ବନ କରିଛନ୍ତି । ଚିନ୍ତାଜନକ କଥା ହେଉଛି ମୁମ୍ୱାଇର ଯେଉଁ ଅଞ୍ଚଳରେ ଅମିତାଭଙ୍କ ବାସଭବନ ଜଲସା ରହିଛି ସେହି ଅଞ୍ଚଳରୁ କେବଳ ୫ ହଜାର ୩ ଶହ ଲୋକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ୩ ହଜାର ୬୧୪ ଲୋକ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ଏହି ଅଞ୍ଚଳରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ୧୪୫ ରହିଛି। ଏଣୁ କରୋନା ପ୍ରବଣ ଅଞ୍ଚଳରେ ଜଲସା ରହିଥିବାରୁ ଏହାକୁ ପ୍ରାଥମିକତା ଦେଇ ବିଶୋଧନ କରିବାକୁ ବ୍ୟବସ୍ଥା କରିଛି ମୁମ୍ୱାଇ ମହାନଗର ନିଗମ ।

ସମ୍ବନ୍ଧିତ ଖବର