ମୁମ୍ବାଇ: କାର୍ଯ୍ୟାଳୟ ଭାଙ୍ଗିବା ଘଟଣାକୁ ନେଇ ବ୍ରିହନ୍ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (ବିଏମସି)ଠାରୁ ଅଭିନେତ୍ରୀ କଙ୍ଗନା ରାଣାୱତ ୨ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଥିଲେ। ବିଏମ୍ସି ତାଙ୍କ କାର୍ଯ୍ୟାଳୟକୁ ପ୍ରାୟ ୪୦ ପ୍ରତିଶତ ଭାଙ୍ଗି ଦେଇଥିବା ଦର୍ଶାଇ କଙ୍ଗନା ବମ୍ବେ ହାଇକୋର୍ଟ ଦ୍ବାରସ୍ଥ ହୋଇଥିଲେ। ଏବେ କଙ୍ଗନାଙ୍କ ଦାବି ଉପରେ ବମ୍ବେ ହାଇକୋର୍ଟରେ ଜବାବ ରଖିଛି ବିଏମସି।
ବିଏମସିର କରିବା ମୁତାବକ, ଏହି ଆବେଦନ ଆଇନଗତ ପ୍ରକ୍ରିୟାର ଅପବ୍ୟବହାର ଅଟେ। ବିଏମସି ଏହାର ଆଫିଡେଭିଟରେ କଙ୍ଗନା ରାଣାୱତଙ୍କ ଆବେଦନକୁ ଖାରଜ କରିବାକୁ ଏବଂ ଏପରି ଆବେଦନ କରିଥିବା ହେତୁ ତାଙ୍କ ଉପରେ ଜରିମାନା ଲଗାଇବାକୁ କୋର୍ଟଙ୍କୁ ଅନୁରୋଧ କରିଛନ୍ତି। ଏହି ଆଫିଡେଭିଟ୍ରେ ଦର୍ଶାଯାଇଛି ଯେ, କଙ୍ଗନାଙ୍କ କ୍ଷତିପୂରଣ ଦାବି କରିବା ଆଇନଗତ ପ୍ରକ୍ରିୟାର ଅପବ୍ୟବହାର କରିଛି। ଆବେଦନକୁ ବିଚାର କରାଯିବା ଉଚିତ ନୁହେଁ ଏବଂ ଜରିମାନା ସହିତ ଏହାକୁ ଖାରଜ କରାଯିବା ଉଚିତ୍।
/sambad/media/post_attachments/7e6ea0893634c6bbdd58a208fdaac6ccf50f7a7f076a5d48b44b99e2a93282a6.jpg)
ସୂଚନା ମୁତାବକ, ମୁମ୍ବାଇକୁ ପାକ୍ ଅଧିକୃତ କଶ୍ମୀର ସହ ତୁଳନାରେ କରିବା ପରେ ବିବାଦରେ ଫସି ରହିଛନ୍ତି କଙ୍ଗନା। ମୁମ୍ବାଇ ତାଙ୍କୁ ପିଓକେ ପରି ଲାଗୁଛି ବୋଲି କହିିବା ପରେ ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ତାଙ୍କୁ ତୀବ୍ର ବିରୋଧ କରିବା ସହ ତାଙ୍କର ନିିନ୍ଦା କରିଥିଲେ।
ବିଏମ୍ସି ପ୍ରଥମେ କଙ୍ଗନାଙ୍କ କାର୍ଯ୍ୟାଳୟ ଏକ ନୋଟିସ୍ ଝୁଲାଇ ମାତ୍ର ୨୪ ଘଣ୍ଟାର ମହଲତ ଦେବା ପରଦିନ ଯାଇ କାର୍ଯ୍ୟାଳୟକୁ ଭାଙ୍ଗିବା ଆରମ୍ଭ କରିଥିଲା। କଙ୍ଗନା ତାଙ୍କ କାର୍ଯ୍ୟାଳୟ ଭାଙ୍ଗିବା ପରେ ମହାରାଷ୍ଟ୍ର ସରକାର ଉଦ୍ଧବ ଠାକ୍ରେଙ୍କ ଉପରେ ନିଜର କ୍ଷୋଭ ପ୍ରକାଶ କରି ଏକ ଭିଡିଓ ଜାରି କରିଥିଲେ। ଯେଉଁ ଭିଡିଓରେ କଙ୍ଗନା କହିଥିବାର ଦେଖିବାକୁ ମିଳିଥିଲା ‘ଉଦ୍ଧବ ଠାକ୍ରେ ଆଜି ମୋ ଘର ଭାଙ୍ଗିଛି, କାଲି ତୋ ଗର୍ବ ଭାଙ୍ଗିବ’। ଏଥିସହ ସେ ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ବିଏମସି କାର୍ଯ୍ୟାନୁଷ୍ଠାନ ଉପରେ ରହିତାଦେଶ ଆଣିବାରେ ସକ୍ଷମ ହୋଇଥିଲେ। ମାତ୍ର ରହିତାଦେଶ ଆସିବା ବେଳକୁ କଙ୍ଗନାଙ୍କ ଅଫିସର ଏକ ବଡ଼ ଅଂଶ ଭଙ୍ଗା ସରିଥିଲା।