ମୁମ୍ବାଇ : ଭାରତରେ ଜନସଂଖ୍ୟା ବଢୁଥିବା ବେଳେ ଯାନବାହନର ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି । ସବୁଠୁ ବଡ଼ ସମସ୍ୟା ହେଉଛି ବେଆଇନ୍‌ ପାର୍କିଂ । ଲୋକମାନେ ରାସ୍ତା କଡ଼ରେ ମନ ଇଛା ଗାଡ଼ି ପାର୍କିଂ କରୁଥିବା ଦେଖାଯାଉଛି । ଯେଉଁଥିପାଇଁ ଟ୍ରାଫିକ୍‌ ସମସ୍ୟା ଏବେ ସବୁଠାରୁ ଚିନ୍ତାର ବିଷୟ ପାଲଟିଛି । ଆଉ ଏଭଳି ସମସ୍ୟାକୁ ଦୃଷ୍ଟିରେ ରଖି ମୁମ୍ବାଇରେ ବଡ଼ ପଦକ୍ଷେପ ନିଆଯାଇଛି ।

Advertisment

ଏଣିକି ମୁମ୍ବାଇରେ ଯେକୌଣସି ସ୍ଥାନରେ ଗାଡ଼ି ପାର୍କିଂ କରିବା ପୂର୍ବରୁ ଗାଡିଚାଳକଙ୍କୁ ୫ ଥର ଭାବିବାକୁ ପଡିବ ଯେ, ସେହି ସ୍ଥାନ ବିଏମସି ପକ୍ଷରୁ ପାର୍କିଂ ପାଇଁ ରିଜର୍ଭ କରାଯାଇଛି ନା ନାହିଁ । ଆଉ ଏପରି ହୋଇନଥିଲେ ଆପଣଙ୍କୁ ମୋଟା ଅଙ୍କର ଜରିମାନା ଦେବାକୁ ପଡିପାରେ । ମୁମ୍ବାଇରେ ନୋ ପାର୍କିଂ ଜୋନରେ ଗାଡ଼ି ପାର୍କିଂ କଲେ ଏଣିକି ଚାଳକଙ୍କୁ ୫ ହଜାରରୁ ଆରମ୍ଭ କରି ୨୩ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ । ଆଉ ଏହି ନିୟମ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଥିବା ଜଣା ପଡ଼ିଛି ।

publive-image

କେବଳ କାର ନୁହେଁ ନୋ-ପାର୍କିଂ ଜୋନରେ ବାଇକ୍‌ ପାର୍କ କଲେ ମଧ୍ୟ ଜୋରିମାନା ଦେବାକୁ ପଡ଼ିବ ବୋଲି ସୂଚନା ମିଳିଛି । ଗାଡ଼ି ଚାଳକଙ୍କୁ ଏଥିପାଇଁ ୫ ହଜାରରୁ ଆରମ୍ଭ କରି ୮,୩୦୦ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡ଼ିବ । ସେହିପରି ତିନି ଚକିଆ ଯାନବାହାନ ଗୁଡ଼ିକ ନୋ-ପାର୍କିଂ ଜୋନରେ ଗାଡ଼ି ପାର୍କ କଲେ, ଗାଡ଼ି ଚାଳକଙ୍କୁ ୮ ହଜାରରୁ ଆରମ୍ଭ କରି ୧୨,୨୦୦ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡ଼ିବ । ଆଉ ସବୁଠାରୁ ବଡ଼ କଥା ହେଉଛି, ବିଏମସିର ନିୟମ ଅନୁଯାୟୀ, ଏହି ଜୋରିମାନା ନିର୍ଦ୍ଧାରିତ ସମୟରେ ନଦେଲେ, ଏଥିରେ ପ୍ରତିଦିନ ଫାଇନ୍‌ ମଧ୍ୟ ଯୋଡାହେବ ।