ମୋଦୀଙ୍କୁ ଘେରିବାକୁ ସଜବାଜ ହେଉଛି ଆରଏସଏସର ଏହି ସଂଗଠନ

ନୂଆଦିଲ୍ଲୀ: ବିଭିନ୍ନ ରାଷ୍ଟ୍ରାୟତ ଉଦ୍ୟୋଗକୁ ଘରୋଇକରଣ ଓ ଵିନିବେଶ ନିଷ୍ପତ୍ତିକୁ ନେଇ ମୋଦୀ ସରକାରଙ୍କ ଉପରେ ଖପ୍ପା ହୋଇଛି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଗଠନର ଏକ ଶାଖା କୁହାଯାଉଥିବା ଭାରତୀୟ ମଜଦୁର ସଂଗଠନ ବା ବିଏମଏସ | ଆଉ ମୋଦୀ ସରକାରଙ୍କ ଏହି ପଦକ୍ଷେପକୁ ବିରୋଧ କରିବା ପାଇଁ ଭାରତୀୟ ମଜଦୁର ସଂଗଠନ ଅକ୍ଟୋବର ୨୮ରେ ଦେଶବ୍ୟାପୀ ପ୍ରଦର୍ଶନ କରିବା ନେଇ ଘୋଷଣା କରିଛି।

ଭାରତୀୟ ମଜଦୁର ସଂଗଠନର ଅଲ ଇଣ୍ଡିଆ ସଚିବ ଗିରିଶ ଚନ୍ଦ୍ର ଆର୍ଯ୍ୟ କହିଛନ୍ତି ଯେ ସରକାରୀ କ୍ଷେତ୍ରର ଉଦ୍ୟୋଗରେ ଅର୍ଥ ବିନିଯୋଗ ନକରିବାକୁ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିବାକୁ ବିଏମ୍ଏସ୍ ସମନ୍ୱୟ କମିଟି ନିଷ୍ପତ୍ତି ନେଇଛି। ସମସ୍ତ ଟ୍ରେଡ ୟୁନିଅନ ସରକାରଙ୍କ ଏହି ନୀତିକୁ ବିରୋଧ କରିବା ଉଚିତ, କିନ୍ତୁ ସେମାନେ ନୀରବ ରହିବାକୁ ପସନ୍ଦ କରିଛନ୍ତି। ଏଭଳି ପରିସ୍ଥିତିରେ ଆମେ ଦେଶବ୍ୟାପୀ ବିକ୍ଷୋଭ କରିବାକୁ ନିଷ୍ପତ୍ତି ନେଇଛୁ। ସେ ଆହୁରି ମଧ୍ୟ କହିଛନ୍ତି, କିଏ କ୍ଷମତାରେ ଅଛି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ। ଏହା ହୃଦୟଙ୍ଗମ ହେବା ଉଚିତ ଯେ ସରକାରୀ ଉଦ୍ୟୋଗ ବହୁତ ଭଲ ଲାଭ ଦେଇଥାଏ |

କେନ୍ଦ୍ର ସରକାର ଏହାକୁ ବିକ୍ରୟ କରିବାକୁ କାହିଁକି ଚାହୁଁଛନ୍ତି? ଆର୍ଯ୍ୟ କହିଛନ୍ତି ଯେ ଏନଏଚପିଏଲ, ବିଏସଏନଏଲ,ବିଏଚଇଏଲ ସହିତ ଇସ୍ପାତ, ଟେଲିକମ, ବ୍ୟାଙ୍କ, ଇନ୍ସ୍ୟୁରାନ୍ସ ଭଳି ସରକାରୀ ଉଦ୍ୟୋଗରେ ଵିନିବେଶ କରିବାକୁ ସରକାର ଚାଁହୁଛନ୍ତି | ତେବେ ଘରୋଇକରଣ ମାମଲାରେ ସରକାର ବିଫଳ ହୋଇଥିଲେ। ତେଣୁ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯିବ |

ସମ୍ବନ୍ଧିତ ଖବର