ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ମଙ୍ଗଳବାର ମାଟ୍ରିକ୍ ଓ ଦ୍ୱାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷା ୨୦୨୦ ପାଇଁ ତାରିଖ ଘୋଷଣା କରିଛି। ସିବିଏସ୍ଇର ୱେବ୍ସାଇଟ୍ରେ ଘୋଷଣା କରାଯାଇଥିବା ସୂଚୀ ଅନୁସାରେ ୨୦୨୦ ଫେବ୍ରୁଆରି ୧୫ରୁ ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଚାଲିବ। ସେହିପରି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ୨୦୨୦ ଫେବ୍ରୁଆରି ୧୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୦ରେ ଶେଷ ହେବ।
/sambad/media/post_attachments/wp-content/uploads/2019/12/Class-10-CBSE_0-1-405x1024.jpg)
ଏଥି ସହିତ ସିବିଏସ୍ଇ ୱେବ୍ସାଇଟ୍ରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି। ପ୍ରାକ୍ଟିକାଲ ପରୀକ୍ଷାଗୁଡ଼ିକ ୨୦୨୦ ଜାନୁଆରି ୧ ତାରିଖଠାରୁ ଆରମ୍ଭ ହୋଇ ଫେବ୍ରୁଆରି ୭ ତାରିଖରେ ଶେଷ ହେବ।/sambad/media/post_attachments/wp-content/uploads/2019/12/class-12-CBSE-263x1024.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/cbse.jpg)