ବୋର୍ଡ ମିଟିଂରେ ୨ ଅଧିକାରୀଙ୍କୁ ଗୁଳି କଲେ ନିର୍ଦ୍ଦେଶକ, ନିଜେ ଆତ୍ମହତ୍ୟା କଲେ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗ୍ରେଟର ନଏଡ଼ା ସ୍ଥିତ ୟୁପି ଟେଲିଲିଙ୍କ୍‌ସ ଲିମିଟେଡ୍‌ ନିର୍ଦ୍ଦେଶକ ପ୍ରଦୀପ ଅଗ୍ରୱାଲ୍‌ ଆଜି ତାଙ୍କ କମ୍ପାନିର ୨ ଜଣ ବରିଷ୍ଠ ଅଧିକାରୀଙ୍କୁ ବୋର୍ଡ ମିଟିଂରେ ଗୁଳି କରି ହତ୍ୟା କରିଛନ୍ତି। ଏହି ଅଭାବନୀୟ କାଣ୍ଡ ଘଟାଇବା ପରେ ସେ ନିଜେ ମଧ୍ୟ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ଡିସିପି ହରୀଶ ଚନ୍ଦ୍ର କହିଛନ୍ତି କମ୍ପାନିର ବୋର୍ଡ ମିଟିଂ ଚାଲିଥିବାବେଳେ ପ୍ରଦୀପ ଆଜି ତାଙ୍କର ୨ ଜଣ ବରିଷ୍ଠ ଅଧିକାରୀ ନରେଶ ଏବଂ ରାକେଶଙ୍କ ଉପରକୁ ଅତର୍କିତ ଗୁଳି ମାଡ଼ କରିଥିଳେ। ଏହାପରେ ଅଗ୍ରୱାଲ୍‌ ନିଜେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ଦିଲ୍ଲୀଠାରୁ ୬୦ କିମି ଦୂର ବାଦଲପୁରରେ ଏହି ଘଟଣା ଘଟିଛି।

ସମ୍ବନ୍ଧିତ ଖବର