ପୁଣି ସୀମାରେ ଗୁଳିବର୍ଷା :ବିଏସ୍‌ଏଫ୍‌ ଏସ୍‌ଆଇ ଆହତ

ଶ୍ରୀନଗର: ଗତକାଲି ଠାରୁ ପାକିସ୍ତାନୀ ସେନା ନିୟନ୍ତ୍ରଣ ସୀମରେଖାର ଆଗୁଆ ପୋଷ୍ଟ ଗୁଡ଼ିକୁ ଲକ୍ଷ୍ୟକରି ଅନବରତ ଗୁଳିମାଡ଼ କରୁଛି। ଆଜି ଜମ୍ମୁ-କଶ୍ମୀରର ସୀମାବର୍ତ୍ତୀ ରାଜୌରୀ ଜିଲ୍ଲାର କେରୀ ସେକ୍ଟରରେ ପାକ୍‌ ସେନାର ଗୁଳିମାଡ଼ରେ ଜଣେ ବିଏସ୍‌ଏଫ୍‌ ସବ୍‌ ଇନ୍ସପେକ୍ଟର ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ସାରା ରାତି ଓ ଦିନ ତମାମ୍‌ ସୀମା ଆରପଟୁ ଗୁଳି ଗୋଳା ଓ ମୋର୍ଟାର ମାଡ଼ କରାଯାଉଥିବା ନେଇ ରାଜେଯରୀ ଡେପୁଟୀ କମିଶନର ସାହିଦ୍‌ ଇକ୍‌ବାଲ କହିଛନ୍ତି। କାଲିର ଅଘଟଣ ପରେ ଖବର ଲେଖାହେବା ଯାଏଁ କୌଣସି ସାଧାରଣ ଜନତା ଗୁଳିମାଡ଼ରେ ମୃତାହତ ହୋଇନଥିବା ଜଣାପଡ଼ିଛି। ସ୍କୁଲ ଗୁଡ଼ିକ ୩ ଦିନ ପାଇଁ ବନ୍ଦ ଘୋଷଣା କରାଯାଇ ସେଠାରେ ସେନାର କ୍ୟାମ୍ପ କରାଯାଇଥିବା ବିଏସ୍‌ଏଫ୍‌ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର