ଗୋଦାବରୀରେ ଡଙ୍ଗାବୁଡ଼ି ୨ ମୃତ, ୮ ନିଖୋଜ

ପୂର୍ବ ଗୋଦାବରୀ: ଆନ୍ଧ୍ର ପ୍ରଦେଶର ଗୋଦାବରୀ ନଦୀରେ ୨୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡ଼ିଯିବାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ନିଖୋଜ ଅଛନ୍ତି। ନିଖୋଜମାନଙ୍କୁ ଉଦ୍ଧାର କରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ଡଙ୍ଗାଟି ନଦୀରେ ଏକ ନିର୍ମାଣାଧୀନ ପିଲାର୍‌ରେ ଧକ୍କା ହେବା ପରେ ଓଲଟି ପଡ଼ିଥିଲା। ବିଗତ କିଛି ଦିନ ଧରି ଲଗାଣ ବର୍ଷା ଯୋଗୁଁ ଆନ୍ଧ୍ର ପ୍ରଦେଶର ବିଭିନ୍ନ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି। ଧବଳେଶ୍ୱର ବ୍ୟାରେଜ୍‌ ନିକଟ ଗୋଦାବରୀ ନଦୀରେ ଜଳସ୍ତର ୯.୩ ଫୁଟରେ ପହଞ୍ଚିଯାଇଛି। ସ୍ଥାନୀୟ ଲୋକେ ୧୦ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିବାରେ ସକ୍ଷମ ହୋଇଥିବା ବେଳେ ୮ ଜଣଙ୍କ ପତ୍ତା ମିଳୁନାହିଁ। ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି। ରାଜମହେନ୍ଦ୍ରୀ ଏବଂ ବିଶାଖାପଟଣାରୁ ୨ଟି ଏନ୍‌୍‌ଡିଆର୍‌ଏଫ୍‌ ଟିମ୍‌୍‌ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।

ସମ୍ବନ୍ଧିତ ଖବର