ବ୍ରହ୍ମପୁତ୍ର ନଦୀରେ ଡଙ୍ଗା ଓଲଟି ୨୮ ନିଖୋଜ

ଗୌହାଟୀ: ଗୌହଟୀ ନିକଟସ୍ଥ ହ୍ରହ୍ମପୁତ୍ର ନଦୀରେ ଆଜି ଏକ ଦେଶୀ ମୋଟରଚାଳିତ ଡଙ୍ଗା ବୁଡ଼ି ପ୍ରାୟ ୨୮ ଜଣ ବ୍ୟକ୍ତି ନିଖୋଜ ହୋଇଯାଇଛନ୍ତି । ନିଖୋଜଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ଅଛନ୍ତି । ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ଡଙ୍ଗାରେ ପ୍ରାୟ ୪୦ ଜଣ ବ୍ୟକ୍ତି ଥିବାବେଳେ ଓ ୨ଟି ବାଇକ ମଧ୍ୟ ଥିଲା । ଆଜି ଦିନ ସାଢେ ୧ରେ ଏହି ଡଙ୍ଗାଟି ହଠାତ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ତେବେ ୧୨ ଜଣ ବ୍ୟକ୍ତି କଷ୍ଟେମଷ୍ଟେ ପହଁରି ପହଁରି କୂଳରେ ପହଞ୍ଚିଯାଇଥିବାବେଳେ ଅବଶିଷ୍ଟ ୨୮ ଜଣ ନିଖୋଜ ଅଛନ୍ତି । ସେମାନଙ୍କ ସନ୍ଧାନ ପାଇଁ ରାଜ୍ୟ ବିପର୍ଯ୍ୟୟ ପ୍ରସମନ ସଂସ୍ଥା ତରଫରୁ ଏକ ବଡ଼ ଧରଣର ତଲାସୀ ଅଭିଯାନ ଆରମ୍ଭ କରାଯାଇଛି । ପ୍ରାରମ୍ଭିକ ତଦନ୍ତରୁ ଜଣାଯାଇଛି ଯେ ମଝି ନଇରେ ଏହି ଡଙ୍ଗାର ମୋଟରଟି ହଠାତ ବନ୍ଦ ହୋଇଯାଇଥିଲା । ସର୍ବଶେଷ ସୂଚନା ଅନୁସାରେ ଏସଡିଆରଏଫ ଏପର୍ଯ୍ୟନ୍ତ ଜଣେ ବାଳିକାର ମୃତଦେହ ଉଦ୍ଧାର କରିଛି ।

ସମ୍ବନ୍ଧିତ ଖବର