ନଦୀରେ ବାଜପେୟୀଙ୍କ ଚିତାଭସ୍ମ ବିସର୍ଜନ ବେଳେ ଓଲଟି ପଡିଲା ଡଙ୍ଗା, ପାଣିରେ ଖସିପଡିଲେ ବିଜେପି ନେତା

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ ବିସର୍ଜନ ବେଳେ ଏକ ଅଘଟଣ ଘଟିଛି । ତେବେ ସୌଭାଗ୍ୟବସତଃ ଏଥିରେ କେହି ମୃତ୍ୟୁବରଣ କରିନାହାନ୍ତି । ମିଳିଥିବା ସୂଚନା ଅନୁସାରେ ଲକ୍ଷ୍ନୌ ନିକଟବର୍ତ୍ତି କୁଆନୋ ନଦୀରେ ଅଟଳଜୀଙ୍କ ଚିତାଭସ୍ମ ବିଜେପି ପକ୍ଷରୁ ବିସର୍ଜନ କରିବାର କାର୍ଯ୍ୟକ୍ରମ ଥିଲା । ଏହି ସମାରୋହରେ ସାମିଲ ହୋଇଥିଲେ ଜଣେ ସାଂସଦ, ୪ଜଣ ବିଧାୟକ, ଆଉ କିଛି ସ୍ଥାନୀୟ ନେତା, ଜିଲ୍ଲାର ଏସପି, କଲେକ୍ଟର ପ୍ରମୁଖ ।

ତେବେ ଏତେ ଜଣ ଲୋକ ଡଙ୍ଗା ଉପରେ ଚଢିଗଲେ ଯେ ତାହା ଭାରସାମ୍ୟ ହରାଇ ଗୋଟିଏ ପଟକୁ ଢଳିପଡି ଓଲଟିଗଲା । ଫଳରେ ଡଙ୍ଗାରେ ସବାର ଲୋକମାନେ ପାଣିରେ ଖସିପଡିଲେ । ତେବେ ଡଙ୍ଗାଟି କୂଳଠାରୁ ଅଳ୍ପ ଦୂରରେ ଥିବାରୁ ଏହି ଘଟଣାରେ କେହି ମୃତାହତ ହୋଇନଥିବା ଜଣାଯାଇଛି । ସମସ୍ତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ କୂଳକୁ ଅଣାଯାଇଥିଲା । ସୂଚନାଯୋଗ୍ୟ ଯେ ଗତ ୧୬ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଦେହାନ୍ତ ହୋଇଥିଲା । ତାଙ୍କର ଚିତାଭସ୍ମ ଏବେ ଦେଶର ସବୁ ନଦୀରେ ବିସର୍ଜନ କରାଯାଉଛି ।

ସମ୍ବନ୍ଧିତ ଖବର