ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ଏନ୍ସିଆର୍ ଅଂଚଳରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ପ୍ରାଚୀନ ଓଡ଼ିଶାର ନୌବାଣିଜ୍ୟ ପରମ୍ପରାକୁ ମନେପକାଇ ବୋଇତ ବନ୍ଦାଣ ଉତ୍ସବ ପାଳିଛନ୍ତି। ଭୋର୍ରୁ ଶ୍ରଦ୍ଧାଳୁମାନେ ଯୁମନା ନଦୀ କୂଳରେ ଡଙ୍ଗା ଭସାଇଥିଲେ। ପ୍ରବାସୀ ଓଡ଼ିଆ ସଂଗଠନ ‘ଓଡ଼ିଆ ପୁଅ’ ଓ ବାଳ ଜାଗୃତି ଦ୍ୱାରା ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ବୋଇତ ବନ୍ଦଣ ଉତ୍ସବର ଆୟୋଜନ କରାଯାଇଥିଲା। ‘ଓଡ଼ିଆ ପୁଅ’ ସଂଗଠନ ଦ୍ୱାରା ଆୟୋଜନ କରାଯାଇଥିବା କାର୍ଯ୍ୟକ୍ରମରେ ଶତାଧିକ ଅଣ ଓଡ଼ିଆ ଏବଂ ବିଦେଶୀ ପର୍ଯ୍ୟଟକମାନେ ବୋଇତ ବନ୍ଦାଣ କରିଥିଲେ। ଇଣ୍ଡିଆ ଗେଟ୍ ସ୍ଥିତ ବୋଟ୍ କ୍ଲବ୍ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ପ୍ରଶାସକ ଅରୁଣ କୁମାର ରଥ ଯୋଗ ଦେଇଥିଲେ। ଅନ୍ୟ ଏକ ଓଡ଼ିଆ ସଂଗଠନ ବାଳ ଜାଗୃତି ସଂଘ ଦ୍ୱାରା ବୋଟ୍ କ୍ଲବ୍ ନିକଟରେ ଅନୁଷ୍ଠିତ ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ଏମ୍୍ଏସ୍ଏମ୍୍ଇ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ସାମଲ, ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀ, ଡ ସିଏଚ୍ ମହାପାତ୍ର, ସଂଜୀବ ପଟ୍ଟଯୋଶୀ, ତ୍ରିବିକ୍ରମ ପ୍ରଧାନ ପ୍ରମୁଖ ଯୋଗଦେଇ ସାଧବ ବେଶରେ ସାଙ୍କେତିକ ବୋଇତ ଯାତ୍ରା କରିଥିଲେ। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଦିଲ୍ଲୀରେ ପ୍ରବାସୀ ଓଡ଼ିଆ ପାଳନ କଲେ ବୋଇତ ବନ୍ଦାଣ ଉତ୍ସବ
/sambad/media/post_attachments/wp-content/uploads/2017/11/download-1.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)