ବିମାନରେ ସିଗାରେଟ ଟାଣିବା ମହଙ୍ଗା ପଡ଼ିଲା: ନୋ ଫ୍ଲାଇଂ ତାଲିକାରେ ବବି କଟାରିଆ

ନୂଆଦିଲ୍ଲୀ : ସୋସିଆଲ୍‌ ମିଡ଼ିଆ ଇନ୍‌ଫ୍ଲୁଏନ୍ସର ତଥା ଗୁରୁଗ୍ରାମନିବାସୀ ବବି କଟାରିଆଙ୍କର ବିମାନରେ ସିଗାରେଟ ଟାଣୁଥିବାର ଏକ ଭିଡିଓ ଭାଇରାଲ୍‌ ହେବା ତାଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ତାଙ୍କୁ ଏବେ ୧୫ ଦିନ ପାଇଁ ନୋ ଫ୍ଲାଇଂ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି।

ମିଳିଥିବା ସୂଚନାନୁସାରେ ଭିଡିଓଟି ଚଳିତ ବର୍ଷ ଆରମ୍ଭର। ବବି ସ୍ପାଇସ୍‌ ଜେଟ୍‌ ବିମାନରେ ଦୁବାଇରୁ ଦିଲ୍ଲୀକୁ ଆସୁଥିବାବେଳେ ତାଙ୍କର ଜଣେ ସହଯାତ୍ରୀ ଏହି ଭିଡିଓ ରେକର୍ଡ କରିଥିଲେ। ତେବେ କିଛି ଟ୍ଵିଟର ବ୍ୟବହାରକାରୀ ଏହି ଭିଡିଓକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିୟାଙ୍କୁ ଟ୍ୟାଗ୍‌ କରିବା ପରେ ମନ୍ତ୍ରୀ ଏହାର ତଦନ୍ତ କରିବା ସହ ଏପରି ବିପଜ୍ଜନକ ବ୍ୟବହାରକୁ ସହ୍ୟ କରାଯିବ ନାହିଁ ବୋଲି ଟ୍ବିଟ୍ କରିଛନ୍ତି। ଏଥି ସହ କାର୍ଯ୍ୟାନୁଷ୍ଠାନ ସ୍ବରୂପ ୧୫ ଦିନ ଯାଏ ବବି କଟାରିଆଙ୍କୁ ନୋ ଫ୍ଲାଇଂ ତାଲିକାରେ ରଖିଛନ୍ତି। ଅର୍ଥାତ୍ ଏହି ୧୫ ଦିନ ଯାଏ ସେ ବିମାନରେ ଯାତ୍ରା କରିପାରିବେ ନାହିଁ। ଏ ସଂପର୍କରେ ବିମାନ କର୍ମଚାରୀମାନେ ଅବଗତ ନ ଥିବା ସ୍ପାଇସ୍‌ ଜେଟ୍‌ର ମୁଖପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର