ଭୟାବହ ଦୃଶ୍ୟ; ଗଙ୍ଗାରେ ଭାସୁଛି ପିପିଇ କିଟ ପିନ୍ଧିଥିବା ମୃତଦେହ

ନୂଆଦିଲ୍ଲୀ: ପିପିଇ କିଟ ପିନ୍ଧିଥିବା ମୃତଦେହଗୁଡ଼ିକ ଗଙ୍ଗାରେ ଭାସିଭାସି ଯାଇ ପାଟନାରେ ପହଞ୍ଚି ଥିବା ଦୃଶ୍ୟ ଗୁରୁବାର ଦେଖିବାକୁ ମିଳିଛି। ଏ ଦୃଶ୍ୟ ଦେଖିବାକୁ ଅତ୍ୟନ୍ତ ଭୟାବହ ଥିଲା। ଦୁଇଦିନ ତଳେ ବିହାର ସରକାର ବକ୍ସାର ଜିଲ୍ଲାର ନଦୀରେ ୭୧ଟି ମୃତଦେହ ଭାସୁଥିବା ସମ୍ପର୍କ‌ରେ ସୂଚନା ଦେଇଥିଲେ। ଏଥିସହିତ ସ୍ଥାନୀୟ ଲୋକମାନେ ଅନେକ ମୃତଦେହ ପାଟଣାର ଗୁଲାବୀ ଘାଟ ନିକଟରେ ଭାସୁଥିବା ବି ଦେଖିବାକୁ ପାଇଥିଲେ।

ଗଙ୍ଗା ନଦୀରେ ଶିଶୁଙ୍କ ମୃତଦେହ ସମେତ ଅନେକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା ତେବେ ନଦୀରେ ମୃତଦେହ ଯେପରି ନପକାଯିବ ସେଥିପ୍ରତି କଡ଼ାକଡ଼ି ଦୃଷ୍ଟି ରଖାଯିବ ବୋଲି ପାଟନା ଜିଲ୍ଲା ମାଜିଷ୍ଟ୍ରେଟ ଚନ୍ଦ୍ରଶେଖର ସିଂ କହିଛନ୍ତି।

ପାଟନାରେ ଗଙ୍ଗା ନଦୀର ଗୁଲାବୀ ଘାଟ ଶବଦାହ ପାଇଁ ବ୍ୟବହୃତ ହୁଏ । ଜିଲ୍ଲା ମାଜିଷ୍ଟ୍ରେଟ କହିଛନ୍ତି ଯେ ମୃତଦେହ ପାଟନାରେ ନଦୀରେ ପକା ଯାଇଛି କି ନାହିଁ ତାହା ତାଙ୍କ କାର୍ଯ୍ୟାଳୟ ଯାଞ୍ଚ କରୁଛି। ଏଥିସହିତ ନଦୀରେ ମୃତଦେହ ନପକାଇ ପୋଡ଼ି ଦେବାକୁ ଲୋକଙ୍କୁ ଚନ୍ଦ୍ରଶେଖର ସିଂ ଅନୁରୋଧ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ବିହାର ବକ୍ସାର ଜିଲ୍ଲାର ଚୌସା ସହର ନିକଟ ଗଙ୍ଗା ନଦୀର ମହାଦେବ ଘାଟରେ ୪୦ରୁ ଅଧିକ ଶବ ଭାସୁଥିବା ନିକଟରେ ସ୍ଥାନୀୟ ‌ଲୋକେ ଦେଖିବାକୁ ପାଇଥିଲେ। ଏଗୁଡ଼ିକ ଉତ୍ତର ପ୍ରଦେଶରୁ ଭାସିଆସି ଏଠାରେ ଲାଗିଥାଇପାରେ ବୋଲି ସ୍ଥାନୀୟ ପ୍ରଶାସନ ଅନୁମାନ କରିଥିଲେ।

ଏହି ମୃତଶରୀରଗୁଡ଼ିକ କୋଭିଡ ରୋଗୀଙ୍କର ବୋଲି ସନ୍ଦେହ କରାଯାଉଛି। ମୃତକଙ୍କ ସଂପର୍କୀୟମାନେ ଶବକୁ ଦାହ କରିବାରେ ଅସମର୍ଥ ହେବା କାରଣରୁ ଗଙ୍ଗା ନଦୀରେ ଭସାଇ ଦେଇଥାଇ ପାରନ୍ତି ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର