ଗାଜା:   ଜାତିସଂଘ ଓ ଅନ୍ୟ ସ୍ବେଚ୍ଛା‌ସେବୀ ସଂଗଠନର  ନିଖୋଜ ଥିବା ୧୫ ସ୍ବେଚ୍ଛା‌ସେବୀ ସଦସ୍ୟଙ୍କ ମୃତଦେହ ଆଜି ଦକ୍ଷିଣ ଗାଜା ଷ୍ଟ୍ରିପ୍‌ର ଏକ ଗଣକବରରୁ ଉଦ୍ଧାର କରାଯାଇଛି।  ଇସ୍ରାଏଲ ସେନା ସେମାନଙ୍କୁ ଗୁଳି କରି ହତ୍ୟା କରିବାପରେ ‌ଗୋପନରେ  କବର ଦେଇଥିଲା ବୋଲି ଜାତିସଂଘ ସହଯୋଗ ମୁଖ୍ୟ ଟମ୍‌ ଫ୍ଲେଚର୍‌ ଏକ୍ସରେ ଏକ ପୋଷ୍ଟ୍‌ କରି କହିଛନ୍ତି,  ଆମେ ଏହି ଘଟଣାରେ ଉତ୍ତର ଏବଂ ନ୍ୟାୟ ଦାବି କରୁଛୁ ବୋଲି ସେ କହିଛନ୍ତି।  ତେବେ ଇସ୍ରା‌ଏଲ ‌ସେନା କହିଛି ଯେ ଅଜଣା ଯାନ କୌଣସି ସଙ୍କେତ ନଦେଇ ସେମାନଙ୍କ ଆଡ଼କୁ ମାଡ଼ି ଆସିବାରୁ ଗୁଳିମାଡ଼ କରାଯାଇଥିଲା। ସ୍ବେଚ୍ଛାସେବୀଙ୍କ ଉପରେ ଆକ୍ରମଣକୁ ବିଭିନ୍ନ ସଂଗଠନ ଦୃଢ଼ ନିନ୍ଦା କରିଛନ୍ତି। ଇସ୍ରାଏଲ ଗାଜାରେ ଆକ୍ରମଣ କରିବା ପରଠାରୁ ଏଯାବତ ୪୦୮ ସ୍ବେଚ୍ଛାସେବୀଙ୍କର ମୃତ୍ୟୁ ହେଲାଣି।

Advertisment