ତେଲ ଅଭିଭ: ଇସ୍ରାଏଲ ୭ ଅକ୍ଟୋବର, ୨୦୨୩ରେ ହମାସ ଆକ୍ରମଣ ସମୟରେ ବନ୍ଧକ ରଖାଯାଇଥିବା ଦୁଇ ଇସ୍ରାଏଲୀ-ଆମେରିକୀୟଙ୍କ ମୃତଦେହ ଉଦ୍ଧାର କରିଛି। ଗୁରୁବାର ଇସ୍ରାଏଲୀ ଅଧିକାରୀମାନେ ଏ ବିଷୟରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏକ ବିବୃତ୍ତିରେ କହିଛନ୍ତି ଯେ ସେନା ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ସଂସ୍ଥା 'ସିନ୍ ବେଟ୍' ଦ୍ୱାରା ପରିଚାଳିତ ଏକ ସ୍ୱତନ୍ତ୍ର ଅଭିଯାନ ଅଧୀନରେ ଜୁଡିହ ୱେନଷ୍ଟାଇନ୍ ଏବଂ ଗାଡ୍ ହାଗାଇଙ୍କ ମୃତଦେହ ଉଦ୍ଧାର କରାଯାଇ ଇସ୍ରାଏଲକୁ ଅଣାଯାଇଛି।
ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି, "ଇସ୍ରାଏଲର ସମସ୍ତ ନାଗରିକଙ୍କ ପକ୍ଷରୁ, ମୁଁ ସେମାନଙ୍କ ପରିବାର ପ୍ରତି ମୋର ସମବେଦନା ପ୍ରକାଶ କରୁଛି। ସେମାନଙ୍କ ଆତ୍ମାକୁ ଶାନ୍ତି ମିଳୁ।" ଇସ୍ରାଏଲୀ ସେନା କହିଛି ଯେ ଉଭୟ ଅକ୍ଟୋବର ୭ ରେ ଏକ ଆକ୍ରମଣରେ ନିହତ ହୋଇଥିଲେ ଏବଂ ସେମାନଙ୍କ ମୃତଦେହ ସମ୍ପ୍ରତି ଦକ୍ଷିଣ ଗାଜାର ଖାନ ୟୁନୁସ୍ ସହରରୁ ଉଦ୍ଧାର କରାଯାଇଥିଲା।
ଅନ୍ୟପକ୍ଷରେ ନାସେର ହସ୍ପିଟାଲ ଅନୁଯାୟୀ, ଖାନ ୟୁନିସରେ ରାତିସାରା ଇସ୍ରାଏଲୀୟ ଆକ୍ରମଣରେ ଅତି କମରେ ୧୦ ଜଣ ପାଲେଷ୍ଟାଇନୀଙ୍କ ମୃତ୍ୟୁ ଘଟିଛି। ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗାଜା ସହରର ଅଲ-ଆହଲି ହସ୍ପିଟାଲ କମ୍ପ୍ଲେକ୍ସରେ ହୋଇଥିବା ଆକ୍ରମଣରେ ତିନି ଜଣ ସ୍ଥାନୀୟ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି ଏବଂ ଛଅ ଜଣ ଆହତ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/06/05/VpluaZrQkr0yN88Cp6Ir.jpeg)