ସିକର : ରାଜସ୍ଥାନର ସିକରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟ ଆତ୍ମହତ୍ୟା କରିଛନ୍ତି। ଜଣେ ମା' ତାଙ୍କ ଦୁଇ ପୁଅ ଏବଂ ଦୁଇ ଝିଅଙ୍କ ସହିତ ଫ୍ଲାଟରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ସୂଚନା ଅନୁଯାୟୀ, ସ୍ୱାମୀଙ୍କ ସହ ବିବାଦ ଯୋଗୁଁ ମହିଳା କିରଣ ତାଙ୍କ ପିଲାମାନଙ୍କ ସହିତ ଅନିରୁଦ୍ଧ ରେସିଡେନ୍ସିରେ ରହୁଥିଲେ। ତେବେ କେଉଁ କାରଣରୁ ସେମାନେ ସମୁହ ଆତ୍ମହତ୍ୟା କଲେ ତାହା ଜଣାପଡ଼ିନାହିଁ । କିନ୍ତୁ ଏହି ଘଟଣା ପୁଣି ଥରେ ଦିଲ୍ଲୀର ବୁରାଡି ସମୂହ ଆତ୍ମହତ୍ୟା ଘଟଣାକୁ ମନେପକାଇଦେଇଛି । ଏ ନେଇ ପୁଲିସର ତଦନ୍ତ ଜାରି ରହିଛି ।
ସ୍ୱାମୀଙ୍କ ସହ ବିବାଦ ଯୋଗୁଁ ମହିଳା କିରଣ ତାଙ୍କ ପିଲାମାନଙ୍କ ସହିତ ଅନିରୁଦ୍ଧ ରେସିଡେନ୍ସିରେ ରହୁଥିଲେ। ତେବେ କେଉଁ କାରଣରୁ ସେମାନେ ସମୂହ ଆତ୍ମହତ୍ୟା କଲେ ତାହା ଜଣାପଡ଼ିନାହିଁ । କିନ୍ତୁ ଏହି ଘଟଣା ପୁଣି ଥରେ ଦିଲ୍ଲୀର ବୁରାଡି ସମୂହ ଆତ୍ମହତ୍ୟା ଘଟଣାକୁ ମନେପକାଇଦେଇଛି ।
ପୁଲିସର କହିବା ଅନୁଯାୟୀ, ଏହି ଲୋକମାନେ କିଛି ଦିନ ପୂର୍ବରୁ ଆତ୍ମହତ୍ୟା କରିଥିଲେ। ମୃତଦେହଗୁଡ଼ିକ ବହୁତ ପଚିଯାଇଛି। ଫ୍ଲାଟରୁ ଦୁର୍ଗନ୍ଧ ଆସିବା ପରେ କୋଠାରେ ଥିବା ଅନ୍ୟ ବାସିନ୍ଦାମାନେ ପୁଲିସକୁ ଖବର ଦେଇଥିଲେ। ପରିସ୍ଥିତି ଏତେ ଗମ୍ଭୀର ଥିଲା ଯେ ଭିତରକୁ ପ୍ରବେଶ କରିବା ମଧ୍ୟ କଷ୍ଟକର ଥିଲା। ଦୁର୍ଗନ୍ଧକୁ ଦୂର କରିବା ପାଇଁ ଧୂପକାଠି ଏବଂ ଅତର ବ୍ୟବହାର କରାଯାଇଥିଲା, ଯାହା ପରେ ପୁଲିସ ଦଳ ଭିତରକୁ ପ୍ରବେଶ କରିଥିଲା। ପୁଲିସ ସମସ୍ତ ମୃତଦେହକୁ ହେପାଜତକୁ ନେଇ ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/10/11/buradi-2025-10-11-19-32-03.jpg)