ଶବଦାହ ପାଇଁ ମିଳିଲାନି ଭୂଇଁ, ନୀଚ ସଂପ୍ରଦାୟର ହୋଇଥିବାରୁ ଶ୍ମଶାନରୁ ଫେରିଲା ଶବ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଏତୱା ଜିଲ୍ଲାର କାକରାପୁରା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ନୀଚ ଜାତିର ମହିଳାଙ୍କ ମୃତଦେହକୁ ତାଙ୍କ ସ୍ବାମୀ ଉଚ୍ଚ ଜାତିର ଲୋକେ ଶବ ଦାହ କରୁଥିବା ଶ୍ମଶାନକୁ ନେଇ ଯାଇଥିବା କାରଣରୁ ମହିଳାଙ୍କ ମୃତଦେହକୁ ସେଠାରୁ ଫେରାଇ ଦିଆଯାଇଛି।

ନାଟ୍‌ ସଂପ୍ରଦାୟର ୨୬ ବର୍ଷୀୟା ମହିଳାଙ୍କ ମୃତଦେହକୁ ନେଇ ଠାକୁର୍‌ ସଂପ୍ରଦାୟର ଲୋକେ ଶବଦାହ କରୁଥିବା ଶ୍ମଶାନକୁ ନେଇ ଯାଇଥିଲେ ତାଙ୍କ ସ୍ବାମୀ। ମହିଳାଙ୍କ ସ୍ବାମୀ ମୃତହେଦକୁ ନେଇ ସେଠାରେ ପହଞ୍ଚିବା ପରେ ଠାକୁର ସଂପ୍ରଦାୟର ଲୋକେ ତାଙ୍କୁ ନାଟ୍‌ ସଂପ୍ରଦାୟ ଲୋକଙ୍କ ଶବଦାହ ପାଇଁ ଉଦ୍ଦିଷ୍ଟ ଶ୍ମଶାନ ୪ କିଲୋମିଟର ଦୂର‌ରେ ଥିବା ନାଗ୍‌ଲା ଦାସ କ୍ରିମେସନ୍‌ ଗ୍ରାଉଣ୍ଡ୍‌କୁ ନେବାକୁ କହିଥିଲେ।

India Today

ନିଜର ପକ୍ଷ ରଖି ଠାକୁର ସଂପ୍ରଦାୟର ଲୋକେ କୁହନ୍ତି, ‘ଆମେ କେବଳ ନିୟମ ପାଳନ କରୁଛୁ। ସବୁ ସଂପ୍ରଦାୟର ଲୋକଙ୍କ ଶବଦାହ ପାଇଁ ଭିନ୍ନ ସ୍ଥାନ ରହିଛି। ଆମେ ଆମ ସ୍ଥାନରେ ଅଲଗା ସଂପ୍ରଦାୟର ଲୋକଙ୍କୁ କାହିଁକି ପୂରାଇବାକୁ ଦେବୁ?’

ଜୁଲାଇ ୧୯ ତାରିଖରେ ମହିଳାଙ୍କର ଗର୍ଭାଶୟ ସଂକ୍ରମଣରେ ମୃତ୍ୟୁ ଘଟିବା ପରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ମହିଳାଙ୍କ ମୃତ୍ୟୁ ପରେ ତାଙ୍କ ସ୍ବାମୀ ତାଙ୍କ ମୃତଦେହକୁ ନେଇ ଗ୍ରାମ ସଭା କ୍ରିମେସନ୍‌ ଗ୍ରାଉଣ୍ଡ୍‌କୁ ଶବଦାହ କରିବାକୁ ଯାଇଥିବା ବେଳେ ତାଙ୍କୁ ଫେରାଇ ଦିଆଯାଇଥିଲା।

Times of India

ଗଣମାଧ୍ୟମରେ ନିଜର ମତ ରଖି ମହିଳାଙ୍କ ସ୍ବାମୀ କହନ୍ତି, ‘ମୋ ପୁଅ ଆଲୋକ ଦେଖାଉ ଥାଏ ଓ ମୁଁ ମୋ ସ୍ତ୍ରୀର ମୃତଦେହକୁ ନେଇ ଦାହ ପାଇଁ ଯାଉଥାଏ। ସେହି ସମୟରେ ଠାକୁର ସଂପ୍ରଦାୟର ଲୋକ ଆସି ମୋତେ ମୃତଦେହ ସେଠାରୁ ନେଇଯିବାକୁ କହିଥିଲେ। ଫଳରେ ବିବାଦ ଉପୁଜିଥିଲା।’

ସମ୍ବନ୍ଧିତ ଖବର