କେରଳ ବନ୍ୟାରେ ହୃଦୟବିଦାରକ ଦୃଶ୍ୟ, ମା’ପୁଅଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁ ପରେ ମଧ୍ୟ ମା’ର ପଣତକାନିରେ ରହିଥିଲା ଶିଶୁ 

ମଲ୍ଲାପୁରମ :  ଗତ ବର୍ଷ ପରି ଏ ବର୍ଷ ମଧ୍ୟ କେରଳରେ ପ୍ରଳୟଙ୍କରୀ ବନ୍ୟା ପରିସ୍ଥିତି ଦେଖାଦେଇଛି । ଏହି ବନ୍ୟା ଓ ଭୂସ୍ଖଳନ ଦ୍ୱାରା ରାଜ୍ୟର ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫ ସହ ସେନା ମୁତୟନ ହୋଇଛନ୍ତି । ତେବେ ବନ୍ୟା ପ୍ରପୀଡିତ ଏହି ରାଜ୍ୟରେ  ଏକ ହୃଦୟ ବିଦାରକ ଘଟଣା ସାମନାକୁ ଆସିଛି । ରାଜ୍ୟର ମାଲ୍ଲାପୁରମ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ହୋଇଥିବା ଭୂସ୍ଖଳନ ଯୋଗୁଁ ଗୋଟିଏ ପରିବାରର ଜଣକୁ ଛାଡିଦେଲେ ଅନ୍ୟସମସ୍ତେ ମୃତ୍ୟୁବରଣ କରିଛନ୍ତି ।

ଏହି ପରିବାରର ଜଣେ ୨୨ ବର୍ଷିୟା ମହିଳା ଗୀତା ଓ ତାଙ୍କ ଦେଢ ବର୍ଷର ଶିଶୁପୁତ୍ର ଏହି ଭୂସ୍ଖଳନ କବଳରେ ପଡି ମୃତ୍ୟୁବରଣ କରିଛନ୍ତି । ଆଜି ମାଟି ଉଠାଯିବା ପରେ ମା’ ଓ ପୁଅଙ୍କ ଶବ ଉଦ୍ଧାର ହୋଇଛି । ଅତ୍ୟନ୍ତ ବିପଦ ସମୟରେ ବି ମା ନିଜ ପୁଅକୁ ରକ୍ଷା କରିବାକୁ ଯାଇ ତାହାର ହାତଛାଡିନଥିଲା । କିନ୍ତୁ ପ୍ରକୃତି ଆଗରେ ହାର ମାନିଯାଇଥିଲା । ମା ନିଜ ପୁଅକୁ ନିଜ ବାହୁ ବନ୍ଧନ ମଧ୍ୟରେ ଧରିଥିବା ଅବସ୍ଥାରେ ହିଁ ଏହି ଦୁଇ ଶବ ଉଦ୍ଧାର ହୋଇଛି । ସଂପୃକ୍ତ ମହିଳାଙ୍କ ଶାଶୂ ମଧ୍ୟ ମୃତ୍ୟୁବରଣ କରିଛନ୍ତି । କେବଳ ଗୀତାଙ୍କ ସ୍ୱାମୀ ଶରତ ଏଥିରୁ ରକ୍ଷା ପାଇଯାଇଛନ୍ତି ।

ସମ୍ବନ୍ଧିତ ଖବର