ନୂଆଦିଲ୍ଲୀ: ତ୍ରିପୁରାର ବାସିନ୍ଦା ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଆତ୍ମା ରାମ ସନାତନ ଧର୍ମ କଲେଜର ଛାତ୍ରୀ ସ୍ନେହା ଦେବନାଥଙ୍କ ମୃତଦେହ ଜବତ ହୋଇଛି । ତାଙ୍କ ମୃତଦେହ ଯମୁନା ନଦୀରେ ଭାସୁଥିବା ଅବସ୍ଥାରେ ମିଳିଛି ।
ସ୍ନେହା ଗତ ୭ ଜୁଲାଇରେ ରହସ୍ୟମୟ ଭାବରେ ନିଖୋଜ ହୋଇଯାଇଥିଲେ। ଯେଉଁଦିନ ସେ ନିଖୋଜ ହୋଇଥିଲେ, ସେ ସକାଳ ୫:୫୬ ରେ ତାଙ୍କ ମାଆଙ୍କୁ ଫୋନ୍ କରି କହିଥିଲେ ଯେ ସେ ତାଙ୍କ ବନ୍ଧୁଙ୍କୁ ସରାଇ ରୋହିଲା ରେଳ ଷ୍ଟେସନରେ ଛାଡିବାକୁ ଯାଉଛନ୍ତି। ପରେ ତାଙ୍କୁ ଫୋନ୍ କଲେ ମଧ୍ୟ ତାହା ସ୍ବିଚଅଫ ଥିଲା। ପୁଲିସରେ ଅଭିଯୋଗ ହେବା ପରେ ପୁଲିସର ଏକ ଟିମ ତାଙ୍କୁ ଖୋଜିବାରେ ଲାଗିଥିଲା । ତେବେ ତାଙ୍କୁ ନେଇଥିବା କ୍ୟାବ୍ ଡ୍ରାଇଭର ପୁଲିସକୁ କହିଥିଲେ ଯେ ସେ ତାଙ୍କୁ ସିଗ୍ନେଚର ବ୍ରିଜ୍ ନିକଟରେ ଛାଡ଼ି ଦେଇଛନ୍ତି। ରବିବାର ତାଙ୍କ ମୃତଦେହ ଦିଲ୍ଲୀର ଗୀତା କଲୋନିର ଫ୍ଲାଏଓଭର ନିକଟରେ ଯମୁନା ନଦୀରେ ଭାସୁଥିବା ଅବସ୍ଥାରେ ମିଳିଛି।
ମିଳିଥିଲା ସ୍ବିସାଇଡ୍ ନୋଟ୍
ଏହା ପୂର୍ବରୁ, ତାଙ୍କ ପରିବାର ସ୍ନେହାଙ୍କ କୋଠରୀରୁ ଏକ ଚିଠି ପାଇଥିଲେ, ଯେଉଁଥିରେ ସ୍ନେହା ଲେଖିଥିଲେ ଯେ ମୁଁ ମୋ ଜୀବନ ଶେଷ କରିବାକୁ ନିଷ୍ପତ୍ତି ନେଇଛି ଏବଂ ମୁଁ ସିଗନେଚର ବ୍ରିଜ୍ ରୁ ଡେଇଁ ଆତ୍ମହତ୍ୟା କରିବି। ସେ ଆହୁରି ମଧ୍ୟ ଲେଖିଥିଲେ, 'ମୁଁ ଏକ ବିଫଳ ବ୍ୟକ୍ତି ଏବଂ ନିଜକୁ ବୋଝ ପରି ଅନୁଭବ କରୁଛି ଏବଂ ଏପରି ବଞ୍ଚିବା ମୋ ପାଇଁ ଅସହ୍ୟ ହୋଇଗଲାଣି। ଏଥିରେ କୌଣସି ଷଡ଼ଯନ୍ତ୍ର କିମ୍ବା ବାଧ୍ୟବାଧକତା ନାହିଁ ଏବଂ ଏହା ମୋର ନିଜସ୍ୱ ନିଷ୍ପତ୍ତି।'
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/07/13/tt-2025-07-13-22-46-15.jpg)