କରୋନା ସଂକ୍ରମଣ ଭୟରେ ବ୍ୟକ୍ତିଙ୍କ ମୃତଦେହକୁ ଅଳିଆ ଗାଡ଼ିରେ ପୁଲିସ ଷ୍ଟେସନ ନେଲେ ମୁନିସିପାଲ କର୍ମଚାରୀ

ଲଖନଉ: ଚିକିତ୍ସା ସମୟରେ ହେଉ କି ମରିବା ପରେ କରୋନା ରୋଗୀଙ୍କ ସହ ହେଉଥିବା ଅମାନବିକ ବ୍ୟବହାରର ଅନେକ ଚିତ୍ର ପୂର୍ବରୁ ସାମ୍ନାକୁ ଆସିଛି | ସଂକ୍ରମଣ ଭୟରେ ଡାକ୍ତରଖାନାରେ ଭର୍ତ୍ତି ନକରିବା ବା ଶଯ୍ୟା ନାହିଁ ବୋଲି କହି ଡାକ୍ତରଖାନା ବାହାରେ ପକାଇ ରଖିବାର ପକାଇ ରଖିବାର ଅନେକ ଖବର ଆମେ ଶୁଣିଛେ | ଏବେ ସେଭଳି କିଛି ଘଟିଛି ଉତ୍ତରପ୍ରଦେଶର ବଳରାମପୁର ଜିଲ୍ଲାରେ | ରାସ୍ତାରେ ପଡି ଜଣେ ବ୍ୟକ୍ତିଙ୍କ ଜୀବନ ଚାଲିଯିବା ପରେ ମୁନିସିପାଲ କର୍ମଚାରୀ ମୃତ ବ୍ୟକ୍ତିଙ୍କୁ କରୋନା ସଂକ୍ରମିତ ବୋଲି ଭାବି ଅଳିଆ ଗାଡ଼ିରେ ନେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି | ଘଟଣା ସମୟର ଭିଡ଼ିଓ ଭାଇରାଲ ହେବା ପରେ ୪ଜଣ ମୁନିସିପାଲ କର୍ମଚାରୀ ଓ ୪ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି |

Body Of UP Man Who Died On Road Taken In Garbage Van Over Virus Fears
ndtv

ସୂଚନା ମୁତାବକ, ମୃତ ମହମ୍ମଦ ଅନୱର ସ୍ଥାନୀୟ ସରକାରୀ ଅଫିସକୁ କିଛି କାମରେ ଯାଇଥିବା ବେଳେ ଅଚେତ ହୋଇ ରାସ୍ତାରେ ପଡିଯାଇଥିଲେ | ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ଡ଼କାଇବା ସହ ପୁଲିସକୁ ମଧ୍ୟ ଖବର ଦେଇଥିଲେ | ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଂଚିଥିଲେ ମଧ୍ୟ ମହମ୍ମଦ ଅନୱର କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ସନ୍ଦେହ କରି ସେମାନେ ମୃତଦେହକୁ ନେବା ପାଇଁ ମନା କରିଦେଇଥିଲେ | ଏହା ପରେ ଘଟଣା ସ୍ଥଳରେ ୪ଜଣ ମୁନିସିପାଲ କର୍ମଚାରୀ ଓ ୪ଜଣ ପୁଲିସ କର୍ମଚାରୀ ପହଂଚି ମୃତଦେହକୁ ଅଳିଆ ଗାଡ଼ିରେ ରଖି ପୁଲିସ ନେଇ ଥିଲେ | ତେବେ ମହମ୍ମଦ ଅନୱରଙ୍କ ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ଘଟଣାର ସବିଶେଷ ତଦନ୍ତ ପାଇଁ ବରିଷ୍ଠ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି |

ସମ୍ବନ୍ଧିତ ଖବର