ଅହମଦାବାଦ : ଅହମଦାବାଦରେ ଗୁରୁବାର ହୋଇଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ବୋଇଙ୍ଗ୍ ଡ୍ରିମଲାଇନ-୭୮୭ ବିମାନ ଚର୍ଚ୍ଚାକୁ ଆସିଯାଇଛି । କାରଣ ପ୍ରଥମଥର ପାଇଁ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ।
ଆମେରିକୀୟ ବିମାନ କମ୍ପାନି ବୋଇଙ୍ଗ୍ ଦ୍ବାରା ନିର୍ମିତ ଡ୍ରିମଲାଇନ-୭୮୭ ବିମାନ ୨୦୧୧ରେ ପ୍ରଥମ ଥର ପାଇଁ ଚଳାଚଳ ଆରମ୍ଭ କରିଥିଲା । ଏହି ବିମାନକୁ ଏକ ଅତ୍ୟନ୍ତ ସୁରକ୍ଷିତ ବିମାନ ବୋଲି ମନେକରାଯାଏ । ବୋଇଙ୍ଗ କମ୍ପାନିର ତଥ୍ୟ ଅନୁସାରେ ଏବେ ସାରା ବିଶ୍ବରେ ପ୍ରାୟ ୧୧୭୫ଟି ଡ୍ରିମଲାଇନର-୭୮୭ ବିମାନ ଚଳାଚଳ କରୁଛି ଓ ଦୈନିକ ପ୍ରାୟ ୨୧୦୦ଟି ଫ୍ଲାଇଟ୍ ଚଳାଚଳ ହେଉଛି । ଏପର୍ଯ୍ୟନ୍ତ ପ୍ରାୟ ୧୦୦ କୋଟି ଯାତ୍ରୀ ଡ୍ରିମଲାଇନର-୭୮୭ରେ ଚଳାଚଳ କରିସାରିଲେଣି। ଆଜିର ଦୁର୍ଘଟଣା ଡ୍ରିମଲାଇନର-୭୮୭ ବିମାନର ପ୍ରଥମ ଦୁର୍ଘଟଣା ବୋଲି ଜଣାପଡ଼ିଛି ।
ବୋଇଙ୍ଗ କମ୍ପାନିର ତଥ୍ୟ ଅନୁସାରେ ଏବେ ସାରା ବିଶ୍ବରେ ପ୍ରାୟ ୧୧୭୫ଟି ଡ୍ରିମଲାଇନର-୭୮୭ ବିମାନ ଚଳାଚଳ କରୁଛି ଓ ଦୈନିକ ପ୍ରାୟ ୨୧୦୦ଟି ଫ୍ଲାଇଟ୍ ଚଳାଚଳ ହେଉଛି । ଏପର୍ଯ୍ୟନ୍ତ ପ୍ରାୟ ୧୦୦ କୋଟି ଯାତ୍ରୀ ଡ୍ରିମଲାଇନର-୭୮୭ରେ ଚଳାଚଳ କରିସାରିଲେଣି। ଆଜିର ଦୁର୍ଘଟଣା ଡ୍ରିମଲାଇନର-୭୮୭ ବିମାନର ପ୍ରଥମ ଦୁର୍ଘଟଣା ବୋଲି ଜଣାପଡ଼ିଛି ।
ଏହି ଦୁର୍ଘଟଣା ଖବର ଆସିବା ପରେ ବୋଇଙ୍ଗ କମ୍ପାନିର ସେୟାର ମୂଲ୍ୟ ହ୍ରାସ ପାଇଛି । ଆମେରିକୀୟ ଷ୍ଟକ ବଜାର ଖୋଲିବା ପୂର୍ବରୁ ହିଁ ଏହି ଷ୍ଟକ ମୂଲ୍ୟ ୮ ପ୍ରତିଶତ ହ୍ରାସ ପାଇଛି । ବଜାର ଖୋଲିବା ପରେ ଏହା ଆହୁରି ହ୍ରାସ ପାଇବାର ସମ୍ଭାବନା ରହିଛି । ଏହି ଦୁର୍ଘଟଣା ପରେ ବୋଇଙ୍ଗ କମ୍ପାନି ପକ୍ଷରୁ କୁହାଯାଇଛି ଯେ ସେମାନେ ଏୟାର ଇଣ୍ଡିଆ ସହ ଯୋଗାଯୋଗରେ ଅଛନ୍ତି ଓ ସବୁପ୍ରକାରର ସହଯୋଗ କରୁଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/06/12/nbIC2S2jdowgg7g4mKpt.jpeg)