ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ବୋଫର୍ସ ଦୁର୍ନୀତି ମାମଲା ପୁଣି ଥରେ ପଦାକୁ ଆସିଛି। ଦିଲ୍ଲୀ ହାଇକୋର୍ଟ ରାୟର ୧୨ ବର୍ଷ ପରେ ଅସନ୍ତୁଷ୍ଟ ସିବିଆଇ ଶୁକ୍ରବାର ମାମଲାର ପୁର୍ନଃବିଚାର ପାଇଁ ସୁପ୍ରିମକୋର୍ଟରେ ଅପିଲ କରିଛି। ଅଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ ଗୋଟିଏ ଦିନ ପୂର୍ବରୁ କହିଥିଲେ ଯେ, ଏହି ମାମଲାକୁ ନେଇ ପୁଣି ଥରେ ଅପିଲ କରାଯିବା କଥା ନୁହେଁ। କିନ୍ତୁ ଏହା ସତ୍ତ୍ୱେ ସିବିଆଇ ତରଫରୁ ଆବେଦନ ଦାଖଲ କରାଯାଇଛି। ସେ କହିଥିଲେ ପୁରା ମାମଲା ଦୀର୍ଘ ଦିନ ଧରି ହେବ ଚାଲି ଥିବାରୁ ବର୍ତମାନ ଏହାଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନୁହେଁ। ପୂର୍ବରୁ ଭାରତୀୟ ଜନତା ପାର୍ଟିର ସଦସ୍ୟ ଓ ଆଇନଜୀବୀ ଅଜୟ କୁମାର ଅଗ୍ରଓ୍ଵାଲ ମଧ୍ୟ ହାଇକୋର୍ଟଙ୍କ ରାୟ ବିରୋଧରେ ମୋକଦ୍ଦମା କରିଛନ୍ତି। ପ୍ରଧାନ ବିଚାରପତି ଦିପକ ମିଶ୍ରଙ୍କ ଦ୍ୱାରା ଖଣ୍ଡପୀଠ ଏହି ମାମଲାର ବିଚାର କରିବ।
ସିବିଆଇ ବୋଫର୍ସ ଦୁର୍ନୀତି ନେଇ ଦେଶର ସର୍ବୋଚ୍ଚ ଅଦାଲତରେ ଅପିଲ କରିଛି। ୬୪ କୋଟି ଟଙ୍କାର ଦଲାଲି କାରବାର ସହିତ ଜଡ଼ିତ ବୋଫର୍ସ କେସରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଦିଲ୍ଲୀ ହାଇକୋର୍ଟ ୨୦୦୫ ମଇରେ ଖଲାସ କରି ଦେଇଥିଲେ। ଏହି ମାମଲା ୧୯୮୭ରେ ଲୋକଲୋଚନକୁ ଆସିଥିଲା।
ସ୍ୱିଡେନ୍ରୁ ତୋପ କିଣିବାରେ ଲାଞ୍ଚ ନେଣଦେଣ ଅଭିଯୋଗରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀ ଓ ସ୍ୱର୍ଗତ ଇଲାବତୀ କାରୋବାରୀ ଅତୋବିଓଙ୍କ ନାମ ସାମ୍ନାକୁ ଆସିଥିଲା। ଦିଲ୍ଲୀ ହାଇକୋର୍ଟର ତତ୍କାଳୀନ ବିଚାରପତି ଏସ ସୋଢ଼ୀ ୨୦୦୫ ମେ ୩୧ରେ ହିନ୍ଦୁଜା ଭାଇମାନେ(ଶ୍ରୀଚାନ୍ଦ, ଗୋପୀଚାନ୍ଦ ଓ ପ୍ରକାଶଚାନ୍ଦ) ଓ ବୋଫର୍ସ କମ୍ପାନିଙ୍କ ବିରୋଧରେ ଥିବା ଅଭିଯୋଗକୁ ଖାରଜ କରି ଦେଇଥିଲେ।