ବିଶ୍ବର ନୂତନ ରାଷ୍ଟ୍ରର ମାନ୍ୟତା ପାଇଲା ବୋଗନଭିଲେ

ନୂଆଦିଲ୍ଲୀ: ଦକ୍ଷିଣ ପ୍ରଶାନ୍ତ ମହାସାଗରୀୟ ଦ୍ବୀପପୁଞ୍ଜ ବୋଗନଭିଲେ ପପୁଆ ନିଉଗିନିଠାରୁ ସ୍ବାଧୀନ ହୋଇ ଏକ ନୂତନ ରାଷ୍ଟ୍ରର ମାନ୍ୟତାଲାଭ କରିଛି। ବୋଗନଭିଲେର ବୁକା ଦ୍ବୀପର ବୁକା ଏହି ରାଷ୍ଟ୍ରର ନୂତନ ରାଜଧାନୀ ହୋଇଛି। ବୋଗନଭିଲେର ଲୋକସଂଖ୍ୟା ୩ ଲକ୍ଷ ଥିଲାବେଳେ ଭୋଟର ସଂଖ୍ୟା ୨ ଲକ୍ଷ। ୨୦୧୧ ଜନଗଣନା ରିପୋର୍ଟ ଅନୁସାରେ ଏ ଅଞ୍ଚଳର ଲୋକସଂଖ୍ୟା ୨,୪୯,୩୫୮ ଥିଲା। ବୋଗନଭିଲେର ବାସିନ୍ଦା ମୁଖ୍ୟତଃ ମେଲାନେସୀୟ ଏବଂ ସେମାନେ ଟକ୍‌ ପିଜିନ୍‌ ଭାଷାରେ କଥା ହୋଇଥାନ୍ତି। ଏହା ସହିତ ଏହି ରାଷ୍ଟ୍ରରେ ୧୯ଟି ଦେଶୀୟ ଆଦିବାସୀ ଭାଷା ମଧ୍ୟ ପ୍ରଚଳିତ ଅଛି। ୧୭୬୮ରେ ଫ୍ରାନ୍‌ସ ନାବିକ ଲୁଇସ ଆଣ୍ଟୋନି ଡେ ବୋଗନଭିଲେଙ୍କ ନାମାନୁସାରେ ଏହି ଦ୍ବୀପପୁଞ୍ଜର ନାମକରଣ ହୋଇଥିଲା।

ସମ୍ବନ୍ଧିତ ଖବର