ବୋଗିବିଲ୍‌ ଉଦ୍‌ଘାଟନ ପ୍ରସଙ୍ଗ: ପ୍ରକଳ୍ପକୁ ମୁଁ ମଞ୍ଜୁରି ଦେଇଥିବା ‌କଥା ଲୋକେ ଭୁଲିଗଲେଣି: ଦେବଗୌଡ଼ା

ବେଙ୍ଗାଲୁରୁ: ଆସାମରେ ଦେଶର ଦୀର୍ଘତମ ରେଳ-ସଡ଼କ ପୋଲକୁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିଥିବା ବେଳେ ଏହି କାର୍ଯ୍ୟକ୍ରମ ପାଇଁ ଡକାନଯିବାରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ ଡି ଦେବଗୌଡ଼ା ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି। ସରକାରଙ୍କ ଏଭଳି କାର୍ଯ୍ୟ ମତେ ନିରାଶ କରିଛି ବୋଲି ମନ୍ତବ୍ୟ ଦେଇ ଦେବଗୌଡ଼ା କହିଛନ୍ତି, ବ୍ରହ୍ମପୁତ୍ର ନଦୀରେ ବୋଗିବିଲ୍‌ ସେତୁ ପ୍ରକଳ୍ପକୁ ୧୯୯୭-୯୮ରେ ମୁଁ ମଞ୍ଜୁରି ଦେଇଥିଲି। ଏଭଳି ଏକ ବିଶାଳ ପ୍ରକଳ୍ପର ଉଦ୍‌ଘାଟନ ଉତ୍ସବରେ ‌ମତେ ଆମନ୍ତ୍ରଣ କରାନଯିବା ଦୁଃଖ ଦେଉଛି ଏବଂ ମୁଁ ପ୍ରକଳ୍ପକୁ ମଞ୍ଜୁରି ଦେଇଥିବା କଥା ଲୋକେ ଭୁଲିଗଲେଣି ବୋଲି ଦେବଗୌଡ଼ା କହିଛନ୍ତି।

ସମ୍ବନ୍ଧିତ ଖବର