ନାଗପୁର ଚିନି କାରଖାନାରେ ବଏଲର୍‌ ବିସ୍ଫୋରଣ, ୫ ମୃତ

ନାଗପୁର: ମହାରାଷ୍ଟ୍ରର ନାଗପୁର ଜିଲ୍ଲାରେ ଆଜି ଏକ ଚିନି କାରଖାନାରେ ବଏଲର ବିସ୍ଫୋରଣ ହୋଇ ୫ ଜଣଙ୍କ ମୃତ୍ୟୁ ଘଟିଛି। ନାଗପୁରର ମାନସ ଆଗ୍ରୋ ଇଣ୍ଡଷ୍ଟ୍ରିଜ୍‌ ଆଣ୍ଡ୍‌ ଇନଫ୍ରାଷ୍ଟ୍ରକ୍‌ଚର ଲିମିଟେଡ୍‌ରେ ଆଜି ଅପରାହ୍ନ ପ୍ରାୟ ୨.୩୦ରେ ବିସ୍ଫୋରଣ ହୋଇଥିଲା। କମ୍ପାନିର ବାୟୋଗ୍ୟାସ୍‌ ପ୍ଲାଣ୍ଟ୍‌ ନିକଟରେ ବିସ୍ଫୋରଣ ହେବାଫଳରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନେ କମ୍ପାନିରେ ସହାୟକ ଓ ୱେଲ୍ଡର ଭା‌ବେ କାମ କରୁଥିଲେ ବୋଲି ଜଣାପଡ଼ିଛି। ବିସ୍ଫୋରଣର କାରଣ ଜଣାପଡ଼ି ନାହିଁ ଏବଂ ପୁଲିସ ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ କରିଦେଇଛି।

ସମ୍ବନ୍ଧିତ ଖବର