କାନୋ(ନାଇଜେରିଆ): ନାଇଜେରିଆ ୟୋବେ ରାଜ୍ୟର ଡାପ୍ଚୀ ନିକଟସ୍ଥ ଏକ ଆଦିବାସୀ ସ୍କୁଲରେ ଆତଙ୍କବାଦୀ ସଂଗଠନ ବୋକୋ ହାରମ୍ର ଆକ୍ରମଣ ପରେ ଅନ୍ୟୁନ ୧୦୫ ଜଣ ଛାତ୍ରୀ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ରାଷ୍ଟ୍ରପତି ମୋହମଦ୍ଦୁ ବୁହାରୀ ଏହି ଆକ୍ରମଣକୁ ଜାତୀୟ ସଙ୍କଟ ବୋଲି କହିଥିବା ବେଳେ ନାଇଜେରିଆ ସେନାଙ୍କୁ ଉଦ୍ଧାର କାର୍ଯ୍ୟରେ ନିଯୁକ୍ତ କରାଯାଇଥିବା ସେ କହିଛନ୍ତି। ଇସ୍ଲାମିକ୍ ଷ୍ଟେଟ୍ ପ୍ରତିଷ୍ଠା ପାଇଁ ବୋକୋ ହାରମ୍ର ଜିହାଦୀ ସଂଗଠନ ନାଇଜେରିଆର ଉତ୍ତର-ପଶ୍ଚିିମାଞ୍ଚଳରେ ଆକ୍ରମଣ ଚଳାଇଥିବା ବେଳେ ସରକାର ସେମାନଙ୍କୁ ପ୍ରତିହତ କରିବାରେ ବିଫଳ ହେଉଛନ୍ତି। ୨୦୧୪ରେ ଚିବୋକ୍ର ଏକ ସ୍କୁଲରେ ଏହି ଆତଙ୍କବାଦୀ ସଂଗଠନ ଅନୁରୂପ ଆକ୍ରମଣ କରି ୨୭୬ଜଣ ଛାତ୍ରୀଙ୍କୁ ଅପହରଣ କରି ନେଇଥିଲା। ଉଲ୍ଲେଖଖଯୋଗ୍ୟ ଯେ, ବୋକୋ ହାରମ୍ ସଂଗଠନ ସ୍କୁଲ ଛାତ୍ରୀଙ୍କୁ ଅପହରଣ କରି ସେମାନଙ୍କୁ ଯୌନଦାସୀ ଭାବେ ବ୍ୟବହାର କରିଥାଏ।
ବୋକୋ ହାରାମ୍ ଆକ୍ରମଣ ପରେ ୧୦୫ ଛାତ୍ରୀ ନିଖୋଜ
/sambad/media/post_attachments/wp-content/uploads/2018/02/download-38.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)