ନୂଆଦିଲ୍ଲୀ : କରୋନା ମହାମାରୀ କଟକଣା ବଳବତ୍ତର ରହିଥିବାରୁ ଚଳିତବର୍ଷ କାଉଡିଆ ଯାତ୍ରା ବନ୍ଦ ରହିବ ବୋଲି ଆଜି ଉତ୍ତରପ୍ରଦେଶ କାଉଡିଆ ସଂଘ ପକ୍ଷରୁ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ପରେ କାଉଡିଆ ସଂଘ ପକ୍ଷରୁ ଏହି ଘୋଷଣା ହୋଇଛି। ପୂର୍ବରୁ ସରକାର କାଉଡିଆ ସଂଘର ଅନୁରୋଧକ୍ରମେ ଯାତ୍ରା ପାଇଁ ଅନୁମତି ଦେଇଥିଲେ। ତେବେ ଉତ୍ତର ପ୍ରଦେଶ ସରକାର ଏହି ନିଷ୍ପତ୍ତିର ପୁନର୍ବିଚାର କରିବା ଲାଗି ଗତକାଲି ସୁପ୍ରିମ୍ କୋର୍ଟ କହିଥିଲେ। ସମ୍ବିଧାନର ଧାରା ୨୧ ଅନୁଯାୟୀ ଜୀବନ ପ୍ରତି ଅଧିକାର ସମସ୍ତଙ୍କର ରହିଛି। ତେଣୁ ଉତ୍ତର ପ୍ରଦେଶ ଲୋକଙ୍କୁ ନେଇ ଏହି ଯାତ୍ରା କରିପାରିବ ନାହିଁ ବୋଲି ବିଚାରପତି ଆର ଏଫ ନରିମାନ କହିଥିଲେ।
ଉତ୍ତରପ୍ରଦେଶରେ କାଉଡ଼ିଆ ଯାତ୍ରା ବନ୍ଦ
/sambad/media/post_attachments/wp-content/uploads/2020/07/5.-Kaudia-.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)