ଡୋଭାଲ୍‌ଙ୍କ ସହ କଥା‌ ହେ‌ଲେ ବୋଲ୍ଟନ୍‌

ନୂଆଦିଲ୍ଲୀ : ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜନ୍‌ ବୋଲ୍ଟନ୍‌ ଆଜି ତାଙ୍କ ଭାରତୀୟ ପ୍ରତିପକ୍ଷ ଅଜିତ ଡୋଭାଲ୍‌ଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି। ପୁଲ୍‌ୱାମା ଆତଙ୍କବାଦୀ ଆକ୍ରମଣ ପରଠାରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯେଉଁ ଉତ୍ତେଜନା ସ୍ଥିତି ଲାଗି ରହିଛି ସେନେଇ ଆଜି ଉଭୟ ରାଷ୍ଟ୍ରର ଜାତୀୟ ସୁରକ୍ଷା ପରାମର୍ଶଦାତା ଆଲୋଚନା କରିଛନ୍ତି। ତେବେ ପୁଲ୍‌ୱାମା ଆକ୍ରମଣ ପରେ ବୋଲ୍ଟନ୍‌ ଦ୍ବିତୀୟ ଥର ପାଇଁ ଡୋଭାଲ୍‌ଙ୍କ ସହ ଆଜି ଫୋନ୍‌ ଯୋଗେ କଥା ହୋଇଛନ୍ତି। ପ୍ରଥମ ଥର ପାଇଁ ବୋଲ୍ଟନ୍‌ ଗତ ଫେବ୍ରୁଆରି ୧୫ ତାରିଖରେ ଡୋଭାଲ୍‌ଙ୍କ ସହ କଥା ହୋଇଥିଲେ । ଆତଙ୍କବାଦ ବିରୋଧରେ ଲଢ଼େଇ ପାଇଁ ଭାରତର ଆତ୍ମରକ୍ଷା ଅଧିକାରକୁ ବୋଲ୍ଟନ୍‌ ସମର୍ଥନ କରିଥିଲେ ଏବଂ ଭାରତକୁ ସବୁ ପ୍ରକାର ସମର୍ଥନ ଯୋଗାଇ ଦିଆଯିବ ବୋଲି ସେ କହିଥି‌ଲେ।

ସମ୍ବନ୍ଧିତ ଖବର